ପ୍ରଥମେ ବ୍ୟାଟିଂ କରିବ ଭାରତ

ସାଉଥାମ୍ପଟନ,୨୨।୬: ଏଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ବଡ଼ ସ୍କୋର ଛିଡ଼ କରିବା ଉଦ୍ଦେଶ୍ୟ ରଖି ଏହି ନିଷ୍ପତ୍ତି ନେଇଥିବା ଅଧିନାୟକ ବିରାଟ କୋହଲି କହିଛନ୍ତି। ଆହତ ଭୁବନେଶ୍ୱର କୁମାରଙ୍କ ବଦଳରେ ଚଳିତ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ମହମ୍ମଦ ସାମିଙ୍କୁ ଖେଳିବାକୁ ସୁଯୋଗ ମିଳିଛି। ଏହାବାଦ୍‌ ଦଳରେ ଅନ୍ୟ କୌଣସି ଅଦଳବଦଳ ହୋଇନାହିଁ।
ଭାରତୀୟ ଦଳ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନୀ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି।

Share