Categories: ଖେଳ

ପ୍ରଥମେ ବ୍ୟାଟିଂ କରିବ ଭାରତ

ଓ୍ବେଲିଂଟନ,୩୧।୧- ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଘରୋଇ ଦଳ ଅଧିନାୟକ ଟିମ୍‌ ସୌଦି ଟସ୍‌ ଜିତି ଟିମ୍‌ ଇଣ୍ଡିଆକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି। ଆହତ ସମସ୍ୟା ଯୋଗୁ କେନ ଓ୍ବିଲିୟମସନ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଓପନର ରୋହିତ ଶର୍ମା, ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି। ସେମାନଙ୍କ ବଦଳରେ ସଞ୍ଜୁ ସାମସନ, ଓ୍ବାଶିଂଟନ ସୁନ୍ଦର ଓ ନବଦିପ ସଇନି ଦଳରେ ସ୍ଥାନ ପାଇଛନ୍ତି।
ଭାରତୀୟ ଦଳ: ସଞ୍ଜୁ ସାମସନ, ଲୋକେଶ ରାହୁଲ(ଉଇକେଟକିପର), ବିରାଟ କୋହଲି (ଅଧିନାୟକ), ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ଶିବମ ଦୁବେ, ଓ୍ବାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା ଓ ନବଦିପ ସଇନି।

Share