ପ୍ରଥମେ ବ୍ୟାଟିଂ କରିବ ଭାରତ

ଲଣ୍ଡନ,୯ା୬: ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପିଚ୍‌ରେ ଘାସ ଥିବାରୁ ପ୍ରଥମେ ବ୍ୟାଟିଂ କରିବାରେ ସୁବିଧା ହେବା ବୋଲି ଏଭଳି ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଷ୍ଟ୍ରେଲିଆ ମଧ୍ୟ ସମାନ ଦଳ ସହ ଖେଳିବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମହେନ୍ଦ୍ର ସିଂ ଧୋନୀ (ଉଇକେଟକିପର), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ।
ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡେଭିଡ ଓ୍ବର୍ନର, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାକ, ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ, ଆଡମ ଜାମ୍ପା, ପାଟ କମିନ୍ସ, ନାଥନ କୁଲ୍‌ଟର ନାଇଲ, ଆଲେକ୍ସ କାରି (ଉଇକେଟକିପର), ଉସମାନ ଖ୍ବାଜା।

Share