Categories: ଖେଳ

ପ୍ରଥମେ ଭୁଲ, ତାପରେ ଠିକ୍‌ ନିଷ୍ପତ୍ତି ଦେଲେ ୩ୟ ଅମ୍ପାୟର

ରାଜକୋଟ,୮।୧୧- ଏଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଘଟଣା ବହୁଳ ରହିଥିଲା। ରିଷଭ ପନ୍ତ ତ୍ରୁଟି ପୂର୍ଣ୍ଣ ଷ୍ଟମ୍ପିଂ ପରେ ତୃତୀୟ ଅମ୍ପାୟର ମଧ୍ୟ ଭୁଲ କରିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ବାଂଲାଦେଶ ଇନିଂସର ୧୩ତମ ଓଭରର ଅନ୍ତିମ ବଲରେ ୟୁଜବେନ୍ଦ୍ର ଚହଲଙ୍କ ବଲକୁ ଛକା ମାରିବା ପାଇଁ ଯାଇ ସୌମ୍ୟ ସରକାର (୩୦) ଫସି ଯାଇଥିଲେ। ଉଇକେଟକିପର ପନ୍ତ ଷ୍ଟମ୍ପିଂ କରିଥିଲେ। ଫିଲ୍ଡ ଅମ୍ପାୟର ତୃତୀୟ ଅମ୍ପାୟର ଅନୀଲ ଚୌଧାରୀଙ୍କ ସହାୟତା ନେଇଥିଲେ। ଷ୍ଟମ୍ପିଂ ଉଚିତ ଥିଲେ ମଧ୍ୟ ୩ୟ ଅମ୍ପାୟର ଭୁଲ ବଶତଃ ନଟ୍‌ଆଉଟ ବୋଲି ଦର୍ଶାଇ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସ୍କ୍ରିନରେ ଆଉଟ ଥିବା ଘୋଷଣା କରାଯାଇଥିଲା। ଏଭଳି ପରିସ୍ଥିତିରେ ଦ୍ୱନ୍ଦ୍ୱ ଉପଯିଥିଲା।

Share