ପ୍ରଥମେ ଲିଜ୍‌, ପରେ ହତ୍ୟା ଧମକ: ରିସୋର୍ଟ ମାଲିକ ଗିରଫ

ଦାରିଙ୍ଗବାଡ଼ି,୯।୧୧(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ରିସୋର୍ଟକୁ ପ୍ରଥମେ ଲିଜ୍‌ ସୂତ୍ରରେ ପ୍ରଦାନ ଏବଂ ପରେ ଲିଜ୍‌ଧାରୀଙ୍କ ସହ ଗଣ୍ଡଗୋଳ ଓ ହତ୍ୟା ଧମକ ଦେବା ଅଭିଯୋଗରେ ରିସୋର୍ଟ ମାଲିକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ନୟାଗଡର ଦେବରାଜ ସାହୁ। ଦୀର୍ଘଦିନ ହେଲା ଦେବରାଜ ଦାରିଙ୍ଗବାଡ଼ି ସାରିଙ୍ଗିଇପିଠାରେ ଏକ ରିସୋର୍ଟ କରି ଚଳାଇଆସୁଥିଲେ। ଚଳିତ ମାସ ୧ରୁ ଏହାକୁ ଦେବରାଜ ପଶ୍ଚିମବଙ୍ଗର ଅଭିଜିତ ରାୟଙ୍କୁ ଲିଜ୍‌ ସୂତ୍ରରେ ପ୍ରଦାନ କରିଥିଲେ। ବର୍ଷକୁ ୨୦ଲକ୍ଷ ଟଙ୍କା ହିସାବରେ ୫ ବର୍ଷ ପାଇଁ ଲିଜ୍‌ ଦେଇଥିଲେ। ଅଭିଜିତ ଅଗ୍ରୀମ ଦେବାସହ ପ୍ରାୟ ୮ଲକ୍ଷ ୬୪ ହଜାର ଟଙ୍କା ରିସୋର୍ଟରେ ଖର୍ଚ୍ଚ କରିଥିଲେ। ତେବେ ଶୁକ୍ରବାର ସକାଳ ପ୍ରାୟ ୬ଟାରେ ଦେବରାଜ ଏବଂ ତାଙ୍କ ସମର୍ଥକ ଲୁହାରଡ଼ ଓ କାଠଫାଳିଆ ଧରି ରିସୋର୍ଟରେ ପହଞ୍ଚତ୍ ଅଭିଜିତ୍‌ଙ୍କୁ ଧମକ ଦେବାସହ ଛାଡ଼ି ପଳାଇବାକୁ ଚେତାବନୀ ଦେଇଥିଲେ। ଅଭିଜିତ ଏବଂ ରିସୋର୍ଟ କର୍ମଚାରୀ ପ୍ରାଣ ଭୟରେ ସେଠାରୁ ଆସି ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝି ସଦଳବଳ ରିସୋର୍ଟରେ ପହଞ୍ଚତ୍ଥିଲେ। ପୋଲିସକୁ ଦେଖି ଦେବରାଜ ଏବଂ ତାଙ୍କ ସମର୍ଥକ ଫେରାର ହୋଇଯାଇଥିଲେ। ପୋଲିସ ଦେବରାଜଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରି ଶନିବାର ନୟାଗଡ଼ ଜିଲାରୁ ଗିରଫ କରିଥିଲା। ନଂ.୧୨୦/୧୯ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି।

Share