ପ୍ରଥମେ ସୈଫ, ତା’ପରେ ଶାହରୁଖ

ଥରେ ମନେପକାନ୍ତୁ ନା, ଶାହରୁଖ-କାଜୋଲ ଅଭିନୀତ ତଥା ୧୯୯୫ରେ ରିଲିଜ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦିଲ୍‌ଓ୍ବାଲେ ଦୁଲହନିୟଁ। ଲେ ଜାୟେଙ୍ଗେ’କୁ। ଏହି ଫିଲ୍ମଟି ସୁପରଡୁପର ହିଟ୍‌ ହୋଇଥିଲା। ଯେତେବେଳେ ଏହାର ପ୍ରଯୋଜକ ୟଶ୍‌ ଚୋପ୍ରା ଏବଂ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଚିତ୍ରର ମେଲ୍‌ ଲିଡ୍‌ ରାଜ ମାଲହୋତ୍ରା ଭୂମିକାରେ କିଏ ଅଭିନୟ କରିବ ସେ କଥା ଚିନ୍ତାକଲେ ସେତେବେଳେ ପ୍ରଥମେ ସୈଫ ଅଲ୍ଲୀ ଖଁ।ଙ୍କ କଥା ମନକୁ ଆସିଥିଲା। କିନ୍ତୁ ସେ ଏଥିରେ ଅଭିନୟ କରିବାକୁ ମନା କରିଦେଇଥିଲେ। ତା’ପରେ ହଲିଉଡ୍‌ ଅଭିନେତା ଟମ୍‌ କ୍ରୁଜ୍‌ଙ୍କୁ ଯୋଗାଯୋଗ କରାଗଲା। ସେ ମଧ୍ୟ ରାଜି ହୋଇ ନ ଥିଲେ। ଶେଷରେ ଶାହରୁଖଙ୍କୁ ଏହି ଅଫର ଦିଆଯାଇଥିଲା। ବାସ୍‌, ସେ ହଁ ମାରିବା ପରେ ଯାହା ଘଟିଲା ତାହା କହିବା ବାହୁଲ୍ୟ। ଫିଲ୍ମର କାହାଣୀ, ସଙ୍ଗୀତ, ଉପସ୍ଥାପନା ଏବଂ କଳାକାରଙ୍କ ଅଭିନୟ କୌଣସି ଗୁଣରେ କମ୍‌ ନ ଥିଲା। ତେବେ ଏପରି ଏକ ସୁଯୋଗ ହାତଛଡ଼ା କରି ଉଭୟ ସୈଫ ଏବଂ ଟମ୍‌ ନିଶ୍ଚୟ ଅନୁତାପ କରିଥିବେ !

Share