Categories: ଫୁରସତ

ପ୍ରଥମେ ହନିମୁନ୍‌ ପରେ ବିବାହ…

ଛତିଶଗଡ଼ ବସ୍ତର ଅଞ୍ଚଳରେ ବାସ କରୁଥିବା ଗୋଣ୍ଡ ଜନଜାତିଙ୍କ ମଧ୍ୟରେ ଏକ ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି। ପରମ୍ପରା ଅନୁସାରେ ବରକନ୍ୟାଙ୍କୁ ବିବାହ ପୂର୍ବରୁ ହନିମୁନ୍‌ର ସୁଯୋଗ ଦିଆଯାଇଥାଏ। ଏଥିଲାଗି ଗାଁ ମୁଣ୍ଡରେ ଗୋଟିଏ କୁଡ଼ିଆ ଘର ତିଆରି ହୋଇଥାଏ। ସେଠାରେ କିଶୋର-କିଶୋରୀଙ୍କର ବିବାହ ପୂର୍ବରୁ ମିଳନ ହୋଇଥାଏ। ସ୍ଥାନୀୟ ଭାଷାରେ ଏହାକୁ ଘୋଟୁଲ୍‌ କୁହନ୍ତି। ଏହି ପରମ୍ପରା ଦ୍ୱାରା ସମାଜରେ ବଳାତ୍କାର ଘଟଣା କମ୍‌ ହୋଇଥାଏ। ଏଥିସହିତ କିଶୋରୀ-କିଶୋରଙ୍କୁ ବିବାହ ପୂର୍ବରୁ ପାରିବାରିକ ଜୀବନ ସମ୍ପର୍କରେ ଶିକ୍ଷା ଦିଆଯାଏ ବୋଲି ଏହି ଜନଜାତିର ଲୋକେ କହିଥାନ୍ତି। ସ୍ଥାନୀୟ ଭାଷାରେ କିଶୋରଙ୍କୁ ଚେଲିକ୍‌ ଏବଂ କିଶୋରୀଙ୍କୁ ମଟିୟାର କୁହାଯାଏ। ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଆଦି ରାଜ୍ୟର କେତେକ ଜନଜାତି ଅଞ୍ଚଳରେ ମଧ୍ୟ ଏହି ପରମ୍ପରା ପ୍ରଚଳିତ ହୋଇଥାଏ।

Share