ସିିଓଲ,୩୦।୬: ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ୍ ଟ୍ରମ୍ପ୍ ଉତ୍ତର କୋରିଆ ମାଟିରେ ପାଦ ଦେଇଛନ୍ତି। ଉତ୍ତର କୋରିଆ ସୁପ୍ରିମ୍ ଲିଡର କିମ୍ ଜୋଙ୍ଗ୍ ଉନ୍ଙ୍କ ସହିତ ଟ୍ରମ୍ପ୍ ସାକ୍ଷାତ୍ କରିଛନ୍ତି। ପରମାଣୁ ନିରସ୍ତ୍ରୀକରଣ ନେଇ ଦୁଇ ନେତା ଏହାପୂର୍ବରୁ ଆଲୋଚନା କରି ସାରିଛନ୍ତି। ଏବେ ଟ୍ରମ୍ପ୍ ଜୋଙ୍ଗ୍ଙ୍କ ଦେଶରେ ପାଦ ଦେଇ ଶାନ୍ତି ବାର୍ତ୍ତାକୁ ଆଉପାଦେ ଆଗେଇ ନେବାର ପ୍ରୟାସ କରିଛନ୍ତି। ଏହା ପୂର୍ବରୁ ସିଙ୍ଗାପୁରରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ୍ ହୋଇଥିଲା।