ପ୍ରଥମ କାର୍ଯ୍ୟକୁ ନେଇ ‘ବିଗ୍‌ବସ୍‌-୧୩’ ଟ୍ରୋଲ, ନିରାଶ ପ୍ରଶଂସକ କହିଲେ ‘ଫ୍ଲପ୍‌ ଶୋ’

ମୁମ୍ବାଇ: ଆରମ୍ଭରୁ ବିବାଦରେ ଲୋକପ୍ରିୟ ଟେଲିଭିଜନ ଶୋ’ ‘ବିଗ୍‌ ବସ୍‌ ୧୩’। ଶୋ’ ଆରମ୍ଭ ହେବାର ଦୁଇ ଦିନ ନ ପୁରୁଣୁ ଏହା ବିରୋଧରେ ପ୍ରଶଂସକମାନେ କଟୁ ମନ୍ତବ୍ୟ ରଖୁଛନ୍ତି। ସୋମବାର ଦେଖାଯାଇଥିବା ଏପିସୋଡରେଘରେ ଥିବା ସେଲିବ୍ରିଟିମାନଙ୍କୁ ଖାଦ୍ୟସାମଗ୍ରୀ ବଣ୍ଟା ଯାଇଥିଲା। ହେଲେ ସେଥିପାଇଁ ତାଙ୍କୁ ଏକ ଟାସ୍କ(କାର୍ଯ୍ୟ) କରିବାକୁ କୁହାଯାଇଥିଲା। ଯାହା ଏବେ ଆଲୋଚନାର ବିଷୟ ପାଲଟିଛି।

ଉକ୍ତ ଟାସ୍କରେ ସେଲିବ୍ରିଟିମାନେ ନିଜର ବନ୍ଧୁଙ୍କୁ ମୁହଁରେ ଖାଦ୍ୟ ସାମଗ୍ରୀ ରଖି ଜଣଙ୍କଠାରୁ ଅନ୍ୟଜଣଙ୍କ ପାଖକୁ ପଠାଇବାକୁ ଥିଲା। ବଡ଼ ବଡ଼ ପ୍ୟାକେଟ ଏବଂ ଦ୍ରବ୍ୟଗୁଡ଼ିକୁ ପଠାଇବାବେଳେ ସବୁକିଛି ଠିକ୍‌ ଲାଗୁଥିଲା। ମାତ୍ର ପରେ ଛୋଟ ଛୋଟ ସାମଗ୍ରୀ ଯେପରି ଅଣ୍ଡା, ପିଆଜ ଆଦିକୁ ପାଟିରେ ଦେବାକୁ ପଡ଼ିଥିଲା। ଯାହାକୁ ଅନେକେ ଗ୍ରହଣ କରି ନ ପାରି ସମାଲୋଚନା କରୁଛନ୍ତି। ଏହା ଅତ୍ୟନ୍ତ ଖରାପ ଟାସ୍କ। ଚର୍ଚ୍ଚିତ ଶୋ’ ନୁହେଁ ବରଂ ଏଥର ବିଗ୍‌ବସ ଏକ ଫ୍ଲପ୍‌ ଶୋ’ ହେବ ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଛି। ତେବେ କହିରଖୁଛୁ, ସେଲିବ୍ରିଟିମାନଙ୍କୁ ଏହା କିଛି ସମୟ ପାଇଁ ଅଡ଼ୁଆରେ ପକାଇଥିଲା। ହେଲେ ପରେ ସେମାନେ ଘରର ମାଲିକାଣି ଅମିଷାଙ୍କ ନିର୍ଦ୍ଦେଶାନୁଯାୟୀ ସମସ୍ତେ ଏହି କାମକୁ ପୂରଣ କରିଥିଲେ।

Share