Categories: ଜାତୀୟ

ପ୍ରଥମ ଗେଟ୍‌ ବନ୍ଦ, ଦୁଇ ନମ୍ବର ଗେଟ୍‌ରେ ପ୍ରବେଶ କଲେ ରାଜ୍ୟପାଳ

କୋଲକତା,୫।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦିପ ଧନକରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ପୁଣିଥରେ ଦେଖିବାକୁ ମିଳିଛି। ଗୁରୁବାର ରାଜ୍ୟପାଳ ବିଧାନସଭାରେ ପହଞ୍ଚିବା ବେଳକୁ ଏହାର ପ୍ରଥମ ଗେଟ୍‌ ବନ୍ଦ ରହିଥିବା ଦେଖି ସେ ଦୁଇ ନମ୍ବର ଗେଟ୍‌ରେ ପ୍ରବେଶ କରିଥିଲେ। ତେବେ ସେଠାରେ ରାଜ୍ୟପାଳ ପହଞ୍ଚିବା ବେଳକୁ କେହି ନ ଥିବା ଓ ସେ ବୁଲିବାକୁ ଯାଇଥିବା ଲାଇବ୍ରେରୀ ବନ୍ଦ ଥିବା ଦେଖି ସ୍ପଷ୍ଟ ଅନୁମାନ କରାଯାଉଥିଲା କି ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବିବାଦ ଥମି ନାହିଁ। ଅବଶ୍ୟ ସେ ଏହାକୁ ନେଇ ମମତାଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟପାଳ କହିଥିଲେ ମୁଁ ଏଠାକୁ ଏହି ଐତିହାସିକ ବିଲଡିଂ ଓ ଲାଇବ୍ରେରୀ ଦେଖିବାକୁ ଆସିଥିଲି। ଏହାର ଅର୍ଥ ନୁହେଁ ଯେ ବିଧାନସଭା ବନ୍ଦ ଥିବାରୁ ଏସବୁ ମଧ୍ୟ ବନ୍ଦ ରହିବ। ତେବେ ତାଙ୍କ ସହ ମମତା ସରକାର ଏଭଳି ଅସହଯୋଗ କରିବାକୁ ନେଇ ସେ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇଥିଲେ।

Share