ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥିଲେ ଅମିତାଭ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜିର ଦିନରେ ଅର୍ଥାତ୍‌ ନଭେମ୍ବର ୭, ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ ରିଲିଜ୍‌ ହୋଇଥିଲା। ଏହାପରଠାରୁ ସେ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଥିଲେ। ସେହନଶାହ, ଡନ, ଅଗ୍ନିପଥ, କାଲିଆ, ସୋଲେ, ସୁର୍ଯ୍ୟବଂଶମ, ଦିୱାର, ଲାୱାରିସ, କଭି ଖୁସି କଭି ଗମ ଆଦି ସୁପରହିଟ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଜାଣନ୍ତି କି ଅମିତାଭ ନିଜ ପ୍ରଥମ ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ରେ ଅଭିନୟ କରିବା ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥିଲେ। ସେ ଏହି ଚଳଚ୍ଚିତ୍ର ପାଇଁ ମାତ୍ର ୫ ହଜାର ଟଙ୍କା ନେଇଥିଲେ। ସେ ସମୟରେ ଲିଡ୍‌ ଅଭିନେତାମାନେ ଅଧିକ ପାରିଶ୍ରମିକ ନେଉଥିଲେ ମଧ୍ୟ ଅମିତାଭ ଅଧିକ ଦାବି କରି ନ ଥିଲେ।

Share