Categories: ଖେଳ

ପ୍ରଥମ ଟି-୨୦: ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ,୩।୧୧: ଭୟଙ୍କର ଓ ବିଷାକ୍ତ ପ୍ରଦୂଷଣ ଭିତରେ ଦିଲ୍ଲୀର ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହୋଇଛି। ବାଂଲାଦେଶ ଅଧିନାୟକ ମହମୁଦୁଲ୍ଲା ରିୟାଦ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେ ପ୍ରଥମଥର ପାଇଁ ଟିମ୍‌ ଏକାଦଶରେ ସ୍ଥାନ ପାଇଛନ୍ତି। ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀର ପ୍ରଦୂଷଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପ୍ରଦୂଷଣ ଯୋଗୁ ବାଂଲାଦେଶ ଖେଳାଳିମାନେ ମୁହଁ ମାସ୍କ ଲଗାଇ ଅଭ୍ୟାସ କରିଥିଲେ। ଏଥିପାଇଁ ମ୍ୟାଚଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ଦାବି ହୋଇଥିଲା। ତେବେ ବିସିସିଆଇ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏଠାରେ ହିଁ ମ୍ୟାଚ ଆୟୋଜନ ହେବ ବୋଲି ସ୍ପଷ୍ଟ କରିଥିଲେ।

Share