Categories: ଖେଳ

ପ୍ରଥମ ଟେଷ୍ଟ: ଇଂଲଣ୍ଡର ୩୫୩ରେ ଅଲଆଉଟ

ମାଉଣ୍ଟ ମାଉନଗାନୁଇ, ୨୩।୧୧(ଏଏଫ୍‌ପି)- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୧୨୪ ଓଭରରେ ୩୫୩ ରନ କରି ଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଘରୋଇ ନ୍ୟୁଜିଲାଣ୍ଡ ଶୁକ୍ରବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫୧ ଓଭରରେ ୪ ଉଇକେଟ ହରାଇ ୧୪୪ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୬ ଉଇକେଟ ହାତରେ ରଖି ୨୦୯ ରନରେ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ହେନରୀ ନିକୋଲ୍ସ ୨୬ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂ ୬ ରନ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲାଣ୍ଡ ତରଫରୁ ଅଧିନାୟକ କେନ୍‌ ଓ୍ବିଲିୟମସନ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅଭିଜ୍ଞ ରସ୍‌ ଟେଲର ୨୫, ଜିତ୍‌ ରାଭାଲ ୧୯, ଟମ୍‌ ଲାଥମ ୮ ରନ କରି ଆଉଟ ହୋଇଛନ୍ତି। ବୋଲିଂରେ ଇଂଲଣ୍ଡ ତରଫରୁ ସାମ କୁରାନ ୨, ଜ୍ୟାକ ଲିଚ୍‌ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୪୧/୪ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଷ୍ଟୋକ୍ସ ୬୭ରୁ ଖେଳ ଆରମ୍ଭ କରି ୯୧ ରନ କରି ଆଉଟ ହେବା ସହ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ସେହିପରି ଓଲି ପୋପ୍‌ ୧୮ ରନରୁ ଖେଳ ଆରମ୍ଭ କରି ୨୯ ରନ କରି ଆଉଟ ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ୪୩ ରନ କରଆଉଟ ହୋଇଥିବା ବେଳେ ଲିଚ୍‌ ୧୮ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଟିମ୍‌ ସୌଦି ସର୍ବାଧିକ ୪, ନିଲ ଓ୍ବାଗନର ୩, କଲିନ୍‌ ଡି ଗ୍ରାଣ୍ଡହୋମ ୨, ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୧୨୪ ଓଭରରେ ୩୫୩ ଅଲଆଉଟ୍‌
(ଷ୍ଟୋକ୍ସ- ୯୧, ଡେନ୍‌ଲି- ୭୪, ବନର୍‌ସ- ୫୨, ବଟଲର- ୪୩, ସୌଦି- ୪/୮୮, ଓ୍ବାଗନର- ୩/୯୦, ଗ୍ରାଣ୍ଡହୋମ- ୨/୪୧, ବୋଲ୍ଟ- ୧/୯୭)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୫୧ ଓଭରରେ ୧୪୪/୪
(ଓ୍ବିଲିୟମସନ- ୫୧, ଟେଲର- ୨୫, ରାଭାଲ- ୧୯, ନିକୋଲ୍ସ- ୨୬*, କୁରାନ- ୨/୨୮, ଲିଚ୍‌- ୧/୨୯, ଷ୍ଟୋକ୍ସ- ୧/୧୬)।

Share