Categories: ଖେଳ

ପ୍ରଥମ ଟେଷ୍ଟ: ଇନ୍ଦୋରରେ ପହଞ୍ଚିଲେ ଭାରତ, ବାଂଲାଦେଶ ଦଳ

ଇନ୍ଦୋର,୧୧।୧୧(ପି.ଟି.)- ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ସୋମବାର ଇନ୍ଦୋରରେ ପହଞ୍ଚିଛନ୍ତି। ନାଗପୁରରୁ ଆସି ସ୍ବତନ୍ତ୍ର ବିମାନ ଯୋଗେ ଦେବୀ ଅହଲ୍ୟାବାଇ ହୋଲକାର ବିମାନବନ୍ଦରରେ ଦୁଇ ଦଳ ପହଞ୍ଚିଛନ୍ତି। ନାଗପୁରରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯାଇଥିଲା। ଏଠାରେ ପହଞ୍ଚିବା ପରେ ଦୁଇ ଦଳ ସେମାନଙ୍କ ଟିମ୍‌ ହୋଟେଲକୁ ପ୍ରସ୍ଥାନ କରିଛନ୍ତି ବୋଲି ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନିଜ ଫେଭରାଇଟ କ୍ରିକେଟରଙ୍କୁ ଦେଖିବା ପାଇଁ ବିମାନ ବନ୍ଦରରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା।

Share