Categories: ଖେଳ

ପ୍ରଥମ ଟେଷ୍ଟ: ନସିମ୍‌ଙ୍କ ହ୍ୟାଟ୍ରିକ୍‌: ବାଂଲାଦେଶର ସଂଘର୍ଷ ଜାରି

ରାଓ୍ବଲପିଣ୍ଡି,୯।୨-ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇନିଂସ ପରାଜୟ ଏଡାଇବାକୁ ବାଂଲାଦେଶ ସଂଘର୍ଷ ଜାରି ରଖିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ପ୍ରଥମ ଇନିଂସରେ ୮୨.୫ ଓଭରରେ ୨୩୩ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କରି ୧୨୨.୫ ଓଭରରେ ୪୪୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ପାକିସ୍ତାନ ପ୍ରଥମ ଇନିଂସରେ ୨୧୨ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଶ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪୫ ଓଭରରେ ୬ ଉଇକେଟ ହରାଇ ୧୨୬ ରନ ସଂଗ୍ରହ କରିଛି। ୪ ଉଇକେଟ ହାତରେ ରଖି ବାଂଲାଦେଶ ଏବେ ୮୬ ରନ ପଛରେ ପଡିଛ। ଇନିଂସ ପରାଜୟ ଏଡାଇବା ପାଇଁ ବାଂଲାଦେଶ ୮୭ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ମୋମିନୁଲ ହକ୍‌ ୩୭ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଲିଟନ ଦାସ ବିନା ସ୍କୋରରେ ଅପରାଜିତ ରହିଛନ୍ତି। ପାକିସ୍ତାନର ୧୬ ବର୍ଷୀୟ ପେସର ନସିମ୍‌ ଶାହା ବିଶ୍ୱର ସବକନିଷ୍ଠ ବୋଲର ଭାବେ ହ୍ୟାଟ୍ରିକ ଅର୍ଜନ କରି ବାଂଲାଦେଶର ବିପର୍ଯ୍ୟୟ ଘଟାଇଛନ୍ତି। ସେ ଇନିଂସର ୪୧ତମ ଓଭରର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବଲ୍‌ରେ ଯଥାକ୍ରମେ ନାଜମୁଲ ହୋସେନ ସାଣ୍ଟୋ, ତାଇଜୁଲ ଇସ୍‌ଲାମ ଓ ଅଭିଜ୍ଞ ମହମୁଦୁଲ୍ଲାଙ୍କୁ ଆଉଟ କରି ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ତାମିମ ଇକବାଲ ୩୪, ସୈଫ୍‌ ହାସନ ୧୬, ନାଜମୁଲ ୩୮ ରନ କରି ଆଉଟ ହୋଇଛନ୍ତି। ବୋଲିଂରେ ପାକିସ୍ତାନ ତରଫରୁ ନସିମ ଶାହା ସର୍ବାଧିକ ୪, ୟାସିର ଶାହା ୨ଟି ଉଇକେଟ ହାସଲ କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୪୨/୩ରୁ ପାକିସ୍ତାନ ଖେଳ ଆରମ୍ଭ କରି ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ବାବର ଆଜମ ୧୪୩ରୁ ଖେଳ ଆରମ୍ଭ କରି ଅଧିକ ରନ୍‌ ସଂଗ୍ରହ କରି ନ ପାରି ସେହି ସ୍କୋରରେ ଆଉଟ ହୋଇଥିଲେ। ସେହିପିର ୬୦ ରନରୁ ଖେଳ ଆରମ୍ଭ କରି ଆସାଦ ସାଫିକ୍‌ ୬୫ ରନକରି ଆଉଟ ହୋଇଥିଲେ। ସେହିପରି ହାରିସ ସୋହେଲ ୭୫, ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୧୦ ରନ କରି ଆଉଟ ହୋଇଥିବାବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ଆବୁ ଜାଏଦ ଓ ରୁବେଲ ହୁସେନ ୩ଟି ଲେଖାଏ, ତାଇଜୁଲ ଇସ୍‌ଲାମ ୨ ଓ ଇବାଦତ୍‌ ହୋସେନ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ- ୮୨.୫ ଓଭରରେ ୨୩୩ ଅଲଆଉଟ।
ପାକିସ୍ତାନ ପ୍ରଥମ ଇନିଂସ- ୧୨୨.୫ ଓଭରରେ ୪୪୫ ଆଲଆଟ
(ବାବର- ୧୪୩, ଶାନ ମାସୁଦ- ୧୦୦, ସାଫିକ- ୬୫, ସୋହେଲ-୭୫, ଜାଏଦ- ୩/୮୬, ରୁବେଲ- ୩/ ୧୧୩, ତାଇଜୁଲ- ୨/୧୩୯)।
ବାଂଲାଦେଶ ଦ୍ୱିତୀୟ ଇନିଂସ- ୪୫ ଓଭରରେ ୧୨୬/୬
(ନାଜମୁଲ- ୩୮, ମୋମିନୁଲ- ୩୭*, ତାମିମ- ୩୪, ନସିମ- ୪/୨୬, ୟାସିର-

Share