ପ୍ରଥମ ଥର ପାଇଁ ଡବଲ ରୋଲ୍‌ରେ ସିଦ୍ଧାର୍ଥ

୨୦୧୯ରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ତାମିଲ ଫିଲ୍ମ ‘ଥଣ୍ଡମ’ ର ହିନ୍ଦୀ ରିମେକ୍‌ ଖୁବ୍‌ଶୀଘ୍ର ନିର୍ମାଣ ହେବାକୁ ଯାଉଛି। ଏଥିରେ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ତେବେ ଏହି ଫିଲ୍ମ ମାଧ୍ୟମରେ ସିଦ୍ଧାର୍ଥଙ୍କୁ ପ୍ରଥମ ଥର ପାଇଁ ଡବଲ୍‌ ରୋଲ୍‌ରେ ଦେଖିବାକୁ ମିଳିବ। ଗୋଟିଏ ଚରିତ୍ର ଜଣେ ବ୍ୟବସାୟୀର ରହିଥିବା ବେଳେ ଅନ୍ୟଟି ଚୋରର ରହିଛି। ଫିଲ୍ମର ଶୁଟିଂ ମଇ ମାସରୁ ଦିଲ୍ଲୀରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ସିଦ୍ଧାର୍ଥଙ୍କ ବିପକ୍ଷରେ କିଏ ହିରୋଇନ୍‌ ସାଜିବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Share