Categories: ଜାତୀୟ

ପ୍ରଥମ ଥର ଲାଗି ଜାଗୋଡିହରେ ଖୋଲିଛି ମତଦାନ କେନ୍ଦ୍ର

ପାଲାମୁ,୨୯।୪: ଝାଡ଼ଖଣ୍ଡର ପାଲାମୁ ନିର୍ବାଚନ ମଣ୍ଡଳୀରେ ଥିବା ଜାଗୋଡିହ ଅଞ୍ଚଳରେ ପ୍ରଥମ ଥର ଲାଗି ୨୪୯ ବୁଥ୍‌ରେ ମତଦାନ କରାଯାଉଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଠାରେ ମତଦାନ କରାଯାଉଥିବା ଜଣାପଡିଛି। ପାଲାମୁ ଜିଲା ମୁଖ୍ୟାଳୟଠାରୁ ଏହା ୩୦ କିଲୋମିଟର ଦୂରରେ ଅବସ୍ଥିତ। ଜଙ୍ଗଲ ସହ ପାହାଡ଼ ପର୍ବତରେ ଘେରା ଜାଗୋଡିହା। ମାଓବାଦୀଙ୍କ ଏହା ପେଣ୍ଠସ୍ଥଳ ହୋଇଥିବାରୁ ଏଠାରେ କେବେ ମତଦାନ କେନ୍ଦ୍ର ଖୋଲାଯାଇ ନ ଥାଏ। ତେବେ ସେଠାକାର ଜଣେ ମତଦାତା ପର୍ଶୁରାମ କୁହନ୍ତି ଏବେ ଆଉ ଏଠାରେ ମାଓବାଦୀଙ୍କ ଭୟ ନାହିଁ। ହେଲେ ଏହା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠି ପହଞ୍ଚିବା କାଠିକର ପାଠ ହୋଇଯାଏ।

Share