Categories: ଜାତୀୟ

ପ୍ରଥମ ଥର ଲାଗି ମୋଦିଙ୍କ ରାଲି ହେବ ଇକୋ ଫ୍ରେଣ୍ଡଲି

ପାନିପଥ,୫।୯: ପ୍ରଥମ ଥର ଲାଗି ହରିୟାଣାର ରୋହତକରେ ଆସନ୍ତା ୮ ତାରିରେ ମୋଦିଙ୍କ ପାଇଁ ଆୟୋଜିତ ହୋଇଥିବା ରାଲି ଇକୋ ଫ୍ରେଣ୍ଡଲି ହେବ ବୋଲି ଜଣାପଡିଛି। ଏଥର ଏହି ରାଲିରେ ପ୍ଲାଷ୍ଟିକ ସ୍ଥାନରେ କପଡାର ଦଳୀୟ ପତାକା ବ୍ୟବହାର କରାଯିବ। ଏହା ସହ ରାଲିରେ ଯୋଗ ଦେଇଥିବା କର୍ମୀଙ୍କ ଶୋଷ ମେଣ୍ଟାଇବାକୁ ପାଖାପାଖି ୧୦ ହଜାର ମାଟି ମାଠିଆର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ପ୍ରତି ପେଣ୍ଡାଲରେ ୪୦-୫୦ ମାଠିଆ ରଖାଯିବାର ବନ୍ଦୋବସ୍ତ କରାଯାଇଛି। ଭାଜପା ନେତା ତଥା ଓକିଲ ବେଦପାଲ କହିଛନ୍ତି ମୋଦି ଏବେ ସାରା ବିଶ୍ୱରେ କମ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ ଗୁରୁତ୍ୱ ଦେଉଥିବାରୁ ତାଙ୍କୁ ସମ୍ମାନ ଜଣାଇ ଏପରି ଏକ ରାଲିର ଆୟୋଜନ କରାଯାଇଛି।

Share