Posted inଫୁରସତ

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଅବସରପ୍ରାପ୍ତ ଶାସନ ସଚିବ ଡ. ଇଂ ନନ୍ଦନନ୍ଦନ ଦାସ

ଅବସରପ୍ରାପ୍ତ ଶାସନ ସଚିବ ତଥା ସମାଜସେବୀ ଡ. ଇଂ ନନ୍ଦନନ୍ଦନ ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଭଦ୍ରକ ଜିଲା ବାଉଦପୁର ଗାଁରେ ମୋ ଜନ୍ମ। ବି.ଏମ୍‌ ବାଗୁରାଇ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରି ଭଦ୍ରକ କଲେଜରେ ଆଇ.ଏସ୍‌ସି ଓ ଗୋଟିଏ ବର୍ଷ ବି.ଏସ୍‌ସି ପଢ଼ିଲା ପରେ ବୁର୍ଲା ଇଂଜିନିୟରିଂ କଲେଜରେ ସିଭିଲ୍‌ ଇଂଜିନିୟରିଂ ପଢିଥିଲି। ସିଭିଲ୍‌ ଇଂଜିନିୟରିଂର ଫାଇନାଲ୍‌ ପରୀକ୍ଷା ଦେଇଥାଏ ହେଲେ ରେଜଲ୍ଟ ବାହାରି ନ ଥାଏ, ତା’ରି ଭିତରେ ମୋତେ ପୂର୍ତ୍ତ ବିଭାଗରେ ଓଭର୍‌ସିୟର୍‌ ଭାବେ ଚଣ୍ଡିଖୋଲରେ ନିଯୁକ୍ତି ମିଳିଗଲା। ଏହା ହେଉଛି ୧୯୬୫ ମସିହାର କଥା। ସେତେବେଳେ ୨୬୦ ଟଙ୍କା ଦରମା ପାଉଥିଲି। କିଛି ଟଙ୍କା ନିଜ ଖର୍ଚ୍ଚ ପାଇଁ ରଖି ବାକି ଟଙ୍କା ଘରକୁ ପଠାଉଥିଲି। କିଛିଦିନ ପରେ ରେଜଲ୍ଟ ବାହାରିଲା, ଆଉ ମୁଁ ଓଭରସିୟର୍‌ରୁ ଜୁନିୟର୍‌ ଇଂଜିନିୟର୍‌ ହୋଇ ଚଣ୍ଡିଖୋଲ ଓ ଗଡ଼ମଧୂପୁରରେ କାମ କଲି। ଏହାପରେ ଆସିଷ୍ଟାଣ୍ଟ ଇଂଜିନିୟର୍‌ ଭାବେ ପଦୋନ୍ନତି ପାଇ କେନ୍ଦ୍ରାପଡ଼ା, ବାଲିଚନ୍ଦ୍ରପୁର, କୁଜଙ୍ଗ ଓ ରାଉରକେଲାରେ କାମ କଲି। ତା’ପରେ ଆର୍‌ଇଓ ସଂସ୍ଥାକୁ ଆସିଷ୍ଟାଣ୍ଟ ଇଂଜିନିୟର୍‌ ଭାବେ ବଦଳି ହୋଇଗଲି ଆଉ ସେଠାରେ ୫ ବର୍ଷ କାମ କରି ପୁଣି ପୂର୍ତ୍ତ ବିଭାଗକୁ ଆସିଲି। ଏହାପରେ ହାଉସିଂ ବୋର୍ଡ ଡିପାର୍ଟମେଣ୍ଟରେ କିଛିଦିନ ଆସିଷ୍ଟାଣ୍ଟ ଇଂଜିନିୟର୍‌, ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଂଜିନିୟର୍‌ ଓ ଏକ୍‌ଜିକ୍ୟୁଟିଭ୍‌ ଇଂଜିନିୟର୍‌ ଭାବେ କାମ କଲି। ତା’ପରେ ପୁଣି ପୂର୍ତ୍ତ ବିଭାଗର ଏଡିବି ପ୍ରୋଜେକ୍ଟର ସମ୍ବଲପୁର-ରାଉରକେଲା ରାସ୍ତାରେ ରେସିଡେଣ୍ଟ ଇଂଜିନିୟର୍‌ ଭାବେ କିଛିଦିନ କାମ କରି ପ୍ରମୋଶନ ପାଇ ପ୍ରୋଜେକ୍ଟ ଡାଇରେକ୍ଟର ହେଲି ଏବଂ ସେହି ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କଲି। ଏହାପରେ ପୁଣି ପ୍ରମୋଶନ ପାଇ ପଞ୍ଚାୟତିରାଜ ଡିପାର୍ଟମେଣ୍ଟରେ ପାଓ୍ବାର୍‌ ଅଫ୍‌ ଚିଫ୍‌ ଇଂଜିନିୟର୍‌, ଇଡ୍‌କୋରେ ଚିଫ୍‌ ଇଂଜିନିୟର୍‌ ଏବଂ ପୂର୍ତ୍ତ ବିଭାଗରେ ଇଂଜିନିୟର୍‌ ଇନ୍‌ ଚିଫ୍‌ ଭାବେ କିଛିଦିନ କାମ କରିବା ପରେ ପୂର୍ତ୍ତ ବିଭାଗର ଶାସନ ସଚିବ ହେଲି। ଆଉ ଏହି ପଦବୀରେ ଥାଇ ଶେଷରେ ୩୧ ଡିସେମ୍ବର, ୨୦୦୧ରେ ଚାକିରିରୁ ଅବସର ନେଲି। କର୍ମମୟ ଜୀବନରେ ରାସ୍ତା ଓ ବିଲ୍ଡିଂ ଉପରେ ଯେଉଁସବୁ ନିଜସ୍ବ ନୂତନ ଉଦ୍ଭାବନ କରିଥିଲି, ଅବସର ପରେ ସେହି ବିଷୟ ଯଥା ‘ରୋଡ୍‌’, ‘ବିଲ୍ଡିଂ ଆଣ୍ଡ ଡିଜାଷ୍ଟର୍‌’ ଉପରେ ୨ଥର ପିଏଚ୍‌.ଡି ପାଇଲି। ତା’ସହିତ ଡି.ଏସ୍‌ସି ଇନ୍‌ ସିଭିଲ୍‌ ଇଂଜିନିୟରିଂ ମଧ୍ୟ ପାଇଥିଲି। ଏହାଛଡ଼ା ବିଭିନ୍ନ ଜର୍ନାଲ୍‌ ପାଇଁ ରିସର୍ଚ୍ଚ ଆର୍ଟିକିଲ୍‌ ଲେଖିବା ସହ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ସାମିଲ କରି ସୋସିଆଲ୍‌ ଓ୍ବାର୍କ୍‌ରେ ଡି.ଲିଟ୍‌ ଏବଂ ପୋଷ୍ଟ ଡକ୍ଟୋରାଲ୍‌ ଫେଲୋଶିପ୍‌ କେ.ସି ଇଣ୍ଟର ନ୍ୟାସନାଲ୍‌ ୟୁନିର୍ଭସିଟି, ସାଉଥ୍‌ କୋରିଆରୁ ପାଇଲି। ଆଉ ଏବେ ପିପୁଲ୍ସ ଓ୍ବେଲଫେୟାର୍‌ ସଜେଶନ୍‌ ଫୋରମ୍‌ର ଚେୟାର୍‌ମ୍ୟାନ୍‌, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଚେୟାର୍‌ମ୍ୟାନ୍‌ ତଥା ଇଣ୍ଡିଆନ୍‌ ବିଲ୍ଡିଂ କଂଗ୍ରେସ୍‌ର ଆଡ୍‌ଭାଇଜର୍‌ ଭାବେ ଦାୟିତ୍ୱ ତୁଲାଉଅଛି। ତା’ଛଡ଼ା ପୋସ୍କୋର କନ୍‌ସଲ୍‌ଟାଣ୍ଟ, ୟୁକେ କମ୍ପାନୀ ମଟ୍ଟ ମାକ୍‌ଡୋନାଲ୍ଡର ଟିମ୍‌ ଲିଡର୍‌ ଭାବେ ବି କିଛିଦିନ ଦାୟିତ୍ୱ ତୁଲାଇଥିଲି। ସେହିପରି ହାଇଦ୍ରାବାଦ୍‌-ବାଙ୍ଗାଲୋର୍‌ ରାସ୍ତାର ଡିପିଆର୍‌, ଗାଜିୟାବାଦ୍‌-ଆଲିଗଡ଼ ରାସ୍ତାର ଡିପିଆର୍‌ ଏବଂ ନୟାଗଡ଼-ବଲାଙ୍ଗୀର ରାସ୍ତାର ଡିପିଆର୍‌ ବି ମୁଁ ପ୍ରସ୍ତୁତ କରିଥିଲି। ଏ ସମସ୍ତ ଉଲ୍ଲେଖନୀୟ କାମ ପାଇଁ ମୋତେ ରାଷ୍ଟ୍ରୀୟ ଗୌରବ ପୁରସ୍କାର ମିଳିବା ସହ ଇନ୍‌ଷ୍ଟିଚ୍ୟୁଶନ୍‌ ଅଫ୍‌ ଇଂଜିନିୟର୍ସ ତରଫରୁ ୬ଥର ଗୋଲ୍ଡ ମେଡାଲ୍‌ ବି ମିଳିଛି। ସେହିପରି ମୋ ଲିଖିତ ୬ଟି ପୁସ୍ତକ (ଗ୍ଲୋବାଲ୍‌ ପିସ୍‌, ଫାଇନ୍‌ ଟ୍ୟୁନିଂ ଅଫ୍‌ ରୋଡ୍‌ ଆଣ୍ଡ ବିଲ୍ଡିଂ ପ୍ରୋଜେକ୍ଟସ୍‌, ରିଲିଜିଅନ୍‌ ହ୍ୟୁମାନିଟି, ଅମୂଲ୍ୟ ରତ୍ନର ମାଳା, ଜାଗ ଭାରତବାସୀ ସମୟ କମ୍‌, ମାନବ ଧର୍ମ)ପ୍ରକାଶିତ ହେବା ପରେ ମୁଁ ବହୁ ପାଠକୀୟ ପ୍ରଶଂସା ପାଇଛି। ତନ୍ମଧ୍ୟରୁ ଗ୍ଲୋବାଲ୍‌ ପିସ୍‌ ପୁସ୍ତକଟିକୁ ନଭେମ୍ବର ୨୦୧୭ରେ ମୁଁ ପ୍ରାୟ ୧୭୦ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥିଲି। ଉକ୍ତ ପୁସ୍ତକରେ ଲେଖାଥିବା ଉପାଦେୟ ତଥ୍ୟ ଗୁଡ଼ିକୁ ପଢି ଏବେ ନର୍ଥ ଓ ସାଉଥ୍‌ କୋରିଆ ଶତ୍ରୁତା ଭାବ ଭୁଲି ପରସ୍ପର ମଧ୍ୟରେ ବନ୍ଧୁତା ଭାବ ସ୍ଥାପନା କରିବା ସଙ୍ଗେ ସଙ୍ଗେ ଆମେରିକା ସହିତ ଗ୍ଲୋବାଲ୍‌ ପିସ୍‌ ପାଇଁ ନର୍ଥ କୋରିଆ ମଧ୍ୟ ଆଗେଇ ଆସିଲାଣି, ଯାହା ମୋ ପାଇଁ ଏକ ଗର୍ବର ବିଷୟ। ତା’ଛଡ଼ା ୟା’ ଭିତରେ ମୁଁ ପ୍ରାୟ ୨୫ଟି ଦେଶ ଭ୍ରମଣ କରିବା ସହ ନେପାଳ ଓ ଭାରତରେ ଅନେକ ଅନ୍ତର୍ଜାତୀୟ ସେମିନାର୍‌ରେ ଆର୍ଟିକିଲ୍‌ ପରିବେଷଣ ମଧ୍ୟ କରିସାରିଛି। ସେହିପରି ପୃଥିବୀ ସୂର୍ଯ୍ୟଙ୍କଠାରୁ ବାହାରିବା ପରେ କାହିଁକି ବିପରୀତ ଦିଗରେ ବୁଲି ଦିନରାତି ହୁଏ, ତା’ର କାରଣ ଉଦ୍ଭାବନ କରି ଭୁବନେଶ୍ୱରସ୍ଥିତ ପ୍ଲାନେଟୋରିୟମ୍‌କୁ ହସ୍ତାନ୍ତର କରିଛି। ଏହିପରି ଅନେକ ବୈଜ୍ଞାନିକ ପଦ୍ଧତି ଆବିଷ୍କାର ପାଇଁ ଇଣ୍ଡିଆ ଫାଷ୍ଟ ମାଗାଜିନ୍‌ ମୋତେ ‘ମ୍ୟାନ୍‌ ଅଫ୍‌ ସାଇନ୍ସ ଆଣ୍ଡ ସେନ୍ସ’ ନାମିତ କରିଛି। ଏସବୁ ବ୍ୟତୀତ ବିଭିନ୍ନ ପ୍ରକାର ଫସିଲ୍‌, କୋରାଲ୍‌ ଓ କ୍ରିଷ୍ଟାଲ୍‌କୁ ନେଇ ମୋର ଏକ କ୍ଷୁଦ୍ର ସଂଗ୍ରହାଳୟ ମଧ୍ୟ ରହିଛି। ସେହିପରି ମୁଁ ଜଣେ ଭଲ ପହଁରାଳି। ଭିନ୍ନଭିନ୍ନ ସମୟରେ ପାଣିରେ ବୁଡି ଯାଉଥିବା ୪ ଜଣ ନିରୀହ ବ୍ୟକ୍ତିଙ୍କର ଜୀବନ ମୁଁ ବଞ୍ଚାଇଛି। ମିଛ କହିବା ଓ ଭୁଲ୍‌ କାମ କରିବା ମୋ ନୀତି ବିରୋଧ। ତେଣୁ ଆଜି ମୁଁ ଯେଉଁ ସ୍ଥାନରେ ପହଁଞ୍ଚତ୍ଛି ତା’ ପଛରେ ମୋ ନିଷ୍ଠା, ଆଦର୍ଶ ଓ ଭଗବାନଙ୍କର ଆଶୀର୍ବାଦକୁ ଶ୍ରେୟ ଦେବି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଗଧ କ୍ଷୀରରୁ ପ୍ରସ୍ତୁତ ହେଉଛି ପନିର, ଗୋଟିଏ କିଲୋର ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍‌

ଭାରତରେ ସାଧାରଣତଃ ପନିର ପ୍ରତି କିଲୋଗ୍ରାମ ୩୦୦-୪୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଏ। କିନ୍ତୁ ଏମିତି କିଛି ପନିର ଯାହାର ଦାମ୍‌ ଲକ୍ଷାଧିକ ଟଙ୍କା। ଏହା...

Top 5 most followed personalities on Instagram: ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଅନୁସରଣ କରାଯାଇଥିବା ଶୀର୍ଷ ୫ ବ୍ୟକ୍ତିତ୍ୱ, ଜାଣନ୍ତି କି ସେ କିଏ?

ସୋସିଆଲ ମିଡିଆରେ ଆମେ ସେଲିବ୍ରେଟିଙ୍କୁ ବହୁଳ ଭାବରେ ଫଲୋ କରୁ। ତେବେ ଏସବୁ ଭିତରେ କୌଣସି ବ୍ୟକ୍ତିତ୍ୱ କିମ୍ବା ସେଲିବ୍ରେଟିଙ୍କୁ ଅଧିକ ଫଲୋ କରୁ। ତେବେ...

ବୈଜ୍ଞାନିକଙ୍କ ଚମତ୍କାର : ୧୨ ହଜାର ବର୍ଷ ପରେ ଫେରିଲା ବିଲୁପ୍ତ ହୋଇଯାଇଥିବା ଡାୟାର ଓ୍ବଲ୍ଫ

ଓ୍ବାଶିଂଟନ, ୧୦।୪: ଆମେରିକାର ବୈଜ୍ଞାନିକମାନେ ଜେନେଟିକ୍‌ ଇଞ୍ଜିନିୟରିଂ ମାଧ୍ୟମରେ ୧୨ ହଜାର ବର୍ଷ ତଳେ ବିଲୁପ୍ତ ହୋଇଯାଇଥିବା ଡାୟାର ଓ୍ବଲ୍ଫ (ଆମେରିକାରେ ଦେଖାଯାଉଥିବା ଏକ ପ୍ରଜାତିର...

ଆଉ ଜଣେ ‘ସୀମା ହାଇଦର’ ଆସିଲେ ଭାରତ, ଇନଷ୍ଟାଗ୍ରାମରେ ହୋଇଥିଲା ପ୍ରେମ

ଅମରାବତୀ,୯।୪: ଆଜିର ଡିଜିଟାଲ ଯୁଗରେ, ପ୍ରେମ କାହାଣୀ କେବଳ ଫିଲ୍ମ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଫେସବୁକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଅନେକ...

କେବେ ଖାଇଛନ୍ତି ସୁନାର ଆଇସ୍‌କ୍ରିମ୍‌, ଏହାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ଆଜିକାଲି ସୁନାର ଦାମ୍‌ ୯୦୦୦୦ ଉପରେ ଥିବାବେଳେ ସୋସିଆଲ ମିଡିଆରେ ଏକ ସୁନା ଆଇସ୍‌କ୍ରିମ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏହାକୁ ହାଇଦ୍ରାବାଦର ‘ହୁବର ଆଣ୍ଡ...

ଘିବ୍‌ଲି ପଛର ରୋଚକ କଥା

ଆଜିକାଲି ସୋସିଆଲ ମିଡିଆରେ ଘିବ୍‌ଲି ଆର୍ଟ ଆନିମେଟେଡ ଫଟୋର ଟ୍ରେଣ୍ଡ ଚାଲିଛି । ତେବେ ଜାଣନ୍ତି କି ଏହି ଘିବ୍‌ଲି ଆର୍ଟକ’ଣ ଓ କେଉଁଠୁ ଆସିଛି?...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ଜାଣନ୍ତୁ କିଛି ରୋଚକ କଥା

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image