Posted inଫୁରସତ

ପ୍ରଥମ ଦରମା ଟଙ୍କା ବୋଉକୁ ଦେଇଥିଲି: ନାଟ୍ୟ ନିର୍ଦ୍ଦେଶକ ତ୍ରିନାଥ ମହାପାତ୍ର

ନୟାଗଡ଼ ଜିଲା ରଣପୁର ବ୍ଲକ୍‌ କୁଳାସର ଗ୍ରାମପଞ୍ଚାୟତ ଅଧୀନ ବେଣୁଧରପୁର ଶାସନରେ ମୋର ଜନ୍ମ। ହେଲେ ମୋତେ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ମୁଁ ରଣପୁରଗଡ଼ ଦାଣ୍ଡସାହିର କାଶୀନାଥ ମହାପାତ୍ର ଓ କୁନ୍ତଳାଦେବୀଙ୍କର ପୋଷ୍ୟପୁତ୍ର ହୋଇ ଆସିଥିଲି। ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ଏବଂ ହିନ୍ଦୀରେ ପ୍ରବୀଣ ପାସ୍‌ କରିବା ପରେ ପୁରୀ ଅନ୍ନପୂର୍ଣ୍ଣା ଥିଏଟର୍‌ ‘ଏ’ ଗ୍ରୁପ୍‌ରେ ଯୋଗଦେଇଥିଲି। ସ୍କୁଲ୍‌ ଡ୍ରାମାରେ ଅଭିନୟ କରିଥିବାରୁ ସେହି କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ ମନସ୍ଥ କରି ନେଇଥିଲି। ଥିଏଟର୍‌ ତରଫରୁ ପ୍ରଥମେ ମୋତେ ‘ସେତୁବନ୍ଧ’ ଓ ‘ସନ୍ତାନ’ ନାମକ ଦୁଇଟି ନାଟକରେ ଅଭିନୟ କରିବାର ସୁଯୋଗ ଦିଆଯାଇଥିଲା। ହେଲେ ସେହି ସମୟରେ ଗାନ୍ଧୀ ଶତବାର୍ଷିକୀ ଉତ୍ସବ ପାଳନ କରାଯାଉଥିବାରୁ ଏହି ନାଟକ ଦୁଇଟି ଅନ୍ନପୂର୍ଣ୍ଣା ଥିଏଟର୍‌ ମଞ୍ଚରେ ପରିବେଷିତ ନ ହୋଇ ଭ୍ରାମ୍ୟମାଣ ଥିଏଟର୍‌ ଭାବେ ବିଭିନ୍ନ ସ୍ଥାନରେ ପରିବେଷିତ ହୋଇଥିଲା। ଏଥିପାଇଁ ମୋତେ ୫୦ ଟଙ୍କା ପାରିଶ୍ରମିକ ସହ ଖାଇବାକୁ ଟିଫିନ୍‌ ବି ଦିଆଯାଇଥିଲା। ଏହି ଟଙ୍କାଟି ପାଇଲା ପରେ ଖୁସିରେ ମୋ ଆଖିରେ ଲୁହ ଆସିଯାଇଥିଲା। ଟଙ୍କାଟିକୁ ନେଇ ବୋଉ ହାତରେ ଦେଇଥିଲି, ସେ ବି ସେଦିନ ବହୁତ ଖୁସି ହୋଇଥିଲା। ତା’ପରେ ମୋତେ ଥିଏଟର୍‌ ତରଫରୁ ଅନେକ ନାଟକରେ ଅଭିନୟ କରିବାର ସୁଯୋଗ ମିଳି ଚାଲିଲା। ମୋ ଅଭିନୀତ ନାଟକ ମଧ୍ୟରେ ‘ଲକ୍ଷେ ହୀରା’, ‘ବାଡୁଅ ଝିଅ’, ‘ନରୋତ୍ତମ ଦାସ କହେ’, ‘ସ୍ବର୍ଣ୍ଣଚମ୍ପା’, ‘ଅସତ୍ୟ ସହର’ ଇତ୍ୟାଦି ଥିଲା ଅନ୍ୟତମ। ଖାସ୍‌ କରି ‘ଲକ୍ଷେ ହୀରା’ ନାଟକର ବିଷ୍ଣୁଦାସ ଚରିତ୍ରଟି ମୋତେ ଦର୍ଶକ ଗହଣରେ ବେଶ୍‌ ପରିଚିତି ଦେଇଥିଲା। ହେଲେ ଦୁର୍ଭାଗ୍ୟ ଥିଏଟର୍‌ ସହ ଜଡିତ ହେବାର ମାତ୍ର କିଛି ବର୍ଷ ପରେ ଏହା ବନ୍ଦ ହୋଇଯିବାରୁ ପୁଣି ମୋତେ ଗାଁକୁ ଫେରିବାକୁ ପଡିଲା। ବେଶ୍‌ କିଛିଦିନ ଗାଁ ଗହଳିରେ ହେଉଥିବା ଡ୍ରାମାରେ ଅଭିନୟ କରିବା ପରେ ମାଗୁଣି ଗୁମାନସିଂହ ମଧ୍ୟ ଇଂରଜୀ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଭାବେ ୧୯୭୨ ମସିହାରେ ମୁଁ ଯୋଗ ଦେଇଥିଲି। ଯେହେତୁ ମୁଁ ନିଜେ ସ୍କୁଲ୍‌ରେ ପଢିଲାବେଳେ ୩ବର୍ଷ ଏନ୍‌ସିସି ସର୍ଜେଣ୍ଟ ଥିଲି ଆଉ ଭଲ ହାର୍‌ମୋନିୟମ୍‌ ବଜାଇ ଗୀତ ଗାଇବା ସହ ଭଲ ଡ୍ରଇଂ କରିପାରୁଥିଲି ତେଣୁ ଏହି ସ୍କୁଲ୍‌ରେ ଯୋଗ ଦେବାପରେ ଛାତ୍ରୀଛାତ୍ରଙ୍କୁ ହିନ୍ଦୀ ଶିକ୍ଷା ଦେବା ସହ ଏ ସମସ୍ତ ବିଷୟବସ୍ତୁ ଉପରେ ବି ଶିକ୍ଷାଦାନ ଦେଉଥିଲି। ପ୍ରାୟ ୫/୬ ବର୍ଷ ଏହି ସ୍କୁଲ୍‌ରେ ଶିକ୍ଷକତା କରିବା ପରେ କ୍ଲରିକାଲ୍‌ ପୋଷ୍ଟରେ ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ହେଲି ଆଉ ରଣପୁର ତହସିଲ୍‌ରେ ଜୁନିୟର୍‌ କ୍ଲର୍କ ଭାବେ ଯୋଗଦେଇଥିଲି। ଏଠି ପ୍ରାୟ ୮ବର୍ଷ ରହିବା ପରେ ପଦୋନ୍ନତି ପାଇ ରଣପୁର ବ୍ଲକ୍‌କୁ ସିନିୟର୍‌ କ୍ଲର୍କ ହୋଇ ଯାଇଥିଲି। ଏହାପରେ ଆଇସିଡିଏସ୍‌ରେ ବି କିଛିଦିନ ସିନିୟର୍‌ କ୍ଲର୍କ ଭାବେ କାମ କରିବା ପରେ ପୁଣି ମୋର ପଦୋନ୍ନତି ହୋଇଥିଲା। ଆଉ ମୁଁ ନୟାଗଡ଼ ରେଭିନ୍ୟୁ ସେକ୍ସନରେ ହେଡ୍‌ କ୍ଲର୍କ ଭାବେ ଯୋଗ ଦେଇଥିଲି। ତା’ପରେ ନୟାଗଡ଼ ଡିଷ୍ଟ୍ରିକ୍ଟ ସୋସିଆଲ୍‌ ଓ୍ବେଲ୍‌ଫେୟାର୍‌ ଅଫିସ୍‌, ନୟାଗଡ଼ ସିଭିଲ୍‌ ସପ୍ଲାଏ ଏବଂ ରଣପୁର ତହସିଲ୍‌ରେ ହେଡ୍‌ କ୍ଲର୍କ ଭାବେ କିଛିକିଛି ଦିନ କାମ କରି ଶେଷରେ ୨୦୦୮ରେ ଚାକିରିରୁ ଅବସର ନେଇଥିଲି। ଚାକିରି ଜୀବନ ସହିତ ତାଳଦେଇ ଅନେକ ମଞ୍ଚ ନାଟକରେ ଅଭିନୟ କରିବା ସହ ମଞ୍ଚ ନାଟକ ତଥା ଅପେରା ନାଟକରେ ନିର୍ଦ୍ଦେଶନା ବି ଦେଇଛି। ତା’ସହିତ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ବହୁ ଭଜନ ସମାରୋହରେ ସଙ୍ଗୀତ ପରିବେଷଣ ବି କରିଛି। ସେହିପରି ‘ମୁଁ ଜରା କହୁଛି’,‘ବୈଦେହୀ ବିଳାପ’ ଓ ‘ରଣପୁର ସୌରଭ’ ନାମକ ତିନୋଟି ଖଣ୍ଡକାବ୍ୟ ଏବଂ ଅନେକ ଗୀତିନାଟ୍ୟ ଓ ନୃତ୍ୟନାଟିକା ବି ଲେଖିଛି। ତା’ଛଡ଼ା ମଣିନାଗ, ଖିଲାମୁଣ୍ଡା ନାମକ ଦୁଇଟି ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ କରିଛି। ଏତଦ୍‌ବ୍ୟତୀତ ଆଜକୁ ପ୍ରାୟ ୨୭ ବର୍ଷ ହେବ ‘ସଙ୍ଗୀତ କଳା ବିଦ୍ୟା ନିକେତନ’ ନାମରେ ଏକ ଅନୁଷ୍ଠାନ ଗଢି ପିଲାମାନଙ୍କୁ ଗୀତ ଶିକ୍ଷା ଦେଇଆସୁଛି। ଆଉ ଏ ସମସ୍ତ ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋତେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ଓ ସମ୍ମାନିତ ବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

୧୦ ଟଙ୍କାର ବେଲୁନ ବି ନେଇପାରେ ଜୀବନ!

ପ୍ରୟାଗରାଜ,୪।୧୦: ପ୍ରୟାଗରାଜର ସରାଇ ଇନାୟତ ପୋଲିସ ଷ୍ଟେଶନ ଅଞ୍ଚଳର ଫତୁହାଁ ଗ୍ରାମରେ ଏକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ଲୋକମାନେ କେବଳ ଆଶ୍ଚର୍ଯ୍ୟ ହୋଇନାହାଁନ୍ତି,...

‘ଶିକ୍ଷାକ୍ଷେତ୍ରରେ ଶିକ୍ଷକମାନଙ୍କ ଭୂମିକା ଅତୁଳନୀୟ’

ଭାରତରେ ପ୍ରତିବର୍ଷ ୫ ସେପ୍ଟେମ୍ବରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ବା ଶିକ୍ଷକ ଦିବସ ଭାବେ ପାଳନ କରାଯାଉଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷକ ଦିବସ ପ୍ରତିବର୍ଷ...

ଏମିତି ଏକ ଗାଁ ଯେଉଁଠି କାହାରି ଘରେ ହୁଏ ନାହିଁ ରୋଷେଇ

ଗାନ୍ଧିନଗର: ଗୁଜୁରାଟରେ ଦେଶର ଏକ ଅନନ୍ୟ ଗ୍ରାମ ଅଛି। ଏହି ଗାଁର କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ। ବିଶେଷ କଥା ହେଉଛି ଏହି ଗାଁରେ...

କାହିଁକି ଭାରତୀୟ ନୋଟ୍‌ରେ ରହିଥାଏ ଗାନ୍ଧୀଙ୍କ ଫଟୋ? ଜାଣନ୍ତୁ ଏହାର ରହସ୍ୟ…

ଆପଣ ପ୍ରତି ଭାରତୀୟ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ। ସେଇଟା ୧୦ଟଙ୍କିଆ ହେଉ କି ୫୦୦ ସବୁଥିରେ ଗାନ୍ଧୀଙ୍କ ଫଟୋ ଥିବା...

ପରିବାରରେ ୭୦୦ ସଦସ୍ୟ

କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ...

ବୟସ୍କଙ୍କୁ ମର୍ଯ୍ୟାଦା

ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧ ଅକ୍ଟୋବରରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ’ ପାଳନ...

ଏଠାରେ ପ୍ରତିଦିନ ସ୍ବାମୀ ବଦଳାନ୍ତି ମହିଳା, ଗର୍ଭବତୀ ହେଲେ…

ମହାଭାରତରେ ଦ୍ରୋପଦୀ ପାଣ୍ଡବଙ୍କୁ ବିବାହ କରିଥିଲେ। ଭୁଲ ବୁଝାମଣା ହେତୁ ଦ୍ରୋପଦୀଙ୍କୁ ୫ ସ୍ବାମୀ ମିଳିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଆଜି ବି ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri