Categories: ଜାତୀୟ

ପ୍ରଥମ ଦିନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକରେ ଶୁକ୍ରବାର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଆଉ ଏହା ପରେପରେ ସେ ତୁରନ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ସେ ବିକାଶ ମୂଳକ କାର୍ଯ୍ୟକୁ ଶୀଘ୍ର କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ସାଧାରଣ ଜନତାଙ୍କ ଅର୍ଥ ଯେମିତି ନଷ୍ଟ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ ଉଦ୍ଧବ କହିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଉଦ୍ଧବ ଆକ୍ସନ ମୁଡରେ ଥିବା ଆଲୋଚନା ହେଉଛି। ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ରାଜନୀତିର କୌଣସି ଉଚ୍ଚ ପଦବୀରେ ବସିବା ଓ ସୂଚାରୂ ରୂପେ କାର୍ଯ୍ୟ ନିର୍ବାହ କରିବାକୁ ଚାହୁଁଛନ୍ତି ଉଦ୍ଧବ।

Share