ପ୍ରଥମ ଦିନରେ ହିଁ କମାଲ କଲା ‘ପତି ପତ୍ନୀ ଔର ଓ୍ବ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପ୍ରଥମ ଦିନରୁ ହିଁ କମାଲ କରିଛି। ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇଥିବା ଏହି ଫିଲ୍ମକୁ ଦର୍ଶକ ତଥା ଫିଲ୍ମ କ୍ରିଟିକଙ୍କ ପକ୍ଷରୁ ଭଲ ରେସପନ୍ସ ମିଳିଛି। କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ଏହା ସବୁଠାରୁ ବଡ ଓପନିଂ ଫିଲ୍ମ ବୋଲି କହିଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ। ପ୍ରଥମ ଦିନର ବ୍ୟବସାୟରେ ଏହା ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନିପତ’କୁ ପଛରେ ପକାଇ ଦେଇଛି। ତେବେ ପ୍ରଥମ ଦିନରେ ‘ପତି ପତ୍ନୀ ଔର ଓ୍ବ’ ୯.୧୦ କୋଟି ଆୟ କରିଥିବା ଜଣାପଡିଛି। ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି। ୧୯୭୮ରେ ସଞ୍ଜିବ କପୁର, ବିଦ୍ୟା ସିହ୍ନା ଓ ରଞ୍ଜିତା କୌରଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଏହା ରିମେକ। ଏହା ଏକ କମେଡି ଫିଲ୍ମ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି।

Share