Categories: ଖେଳ

ପ୍ରଥମ ଦିନିକିଆ: ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ଲକ୍ଷ୍ନୌ,୭।୧୧- ଏଠାରେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ୨୧ଟି ବଲ ବାକି ରଖି ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଏଥିସହିତ ଓ୍ବେଷ୍ଟଇଣ୍ଡିଜ୍‌ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍‌ ହାରି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୫.୨ ଓଭରରେ ୧୯୪ ରନ କରି ଅଲଆଉଟ ହୋଇଥିଲା। ଦଳ ତରଫରୁ ରହମତ ଶାହ ୬୧, ଅକରାମ ଅଲିଖିଲ ୫୮, ଅସଘର ଆଫଗାନ ୩୫, ଗୁଲବଦିନ ନାଇବ ୧୭ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଜାସନ ହୋଲ୍ଡର, ରୋମାରିଓ ଶେଫର୍ଡ ଓ ରୋଷ୍ଟନ ଚେଜ୍‌ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ଓ୍ବେଷ୍ଟଇଣ୍ଡିଜ ୪୬.୩ ଓଭରରେ ୩ ଉଇକେଟ ହରାଇ ୧୯୭ ରନ କରି ବିଜୟୀ ହୋଇଥିଲା। ଦଳ ତରଫରୁ ରୋଷ୍ଟନ ଚେଜ୍‌ ସର୍ବାଧିକ ୯୪ କରିଥିବା ବେଳେ ଓପନର ସାଇ ହୋପ ୭୭ ରନ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନର ମୁଜିବ ଉର ରହମାନ ୨ଟି ଉଇକେଟ ନେଇଥିଲେ। ରୋଷ୍ଟନ ଚେଜ୍‌ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ୪୫.୨ ଓଭରରେ ୧୯୪
(ରହମତ- ୬୧, ଇକରାମ- ୫୮, ହୋଲ୍ଡର- ୨/୨୧, ଚେଜ୍‌- ୨/୩୧, ଶେଫର୍ଡ- ୨/୩୨)।
ଓ୍ବେଷ୍ଟଇଣ୍ଡିଜ୍‌ ୪୬.୩ ଓଭରରେ ୧୯୭/୩
(ଚେଜ୍‌- ୯୪, ହୋପ- ୭୭*, ରହମାନ- ୨/୩୩)।

Share