Categories: ଖେଳ

ପ୍ରଥମ ଦିନିକିଆ ପୂର୍ବରୁ ଅନୁଷ୍କାଙ୍କ ସହ ବୁଲିଲେ କୋହଲି

ଗୁଆନା, ୮।୮: ବିଶ୍ୱକପ ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଟି୨୦ ସିରିଜରେ ୩-୦ରେ କ୍ଲିନ ସୁଇପ କରିବା ପରେ ବିଜୟରୁ ଦିନିକିଆ ସିରିଜ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ମ୍ୟାଚ ପୂର୍ବରୁ ବିରାଟ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ନଜର ଆସିଛନ୍ତି। ଉଭୟଙ୍କ ଏକ ରେଷ୍ଟୁରାଣ୍ଟ ବାହାରେ ବୁଲୁଥିବାର ଫଟୋ ଭାଇରାଲ ହୋଇଛି। ବିରାଟଙ୍କୁ ଚିୟର୍‌ କରିବା ପାଇଁ ଅନୁଷ୍କା ବି ତାଙ୍କ ସହ ଓ୍ବେଷ୍ଟଇଣ୍ଡିଜ୍‌ରେ ଅଛନ୍ତି।

Share