Categories: ଖେଳ

ପ୍ରଥମ ଦିନିକିଆ: ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ

କଲମ୍ବୋ, ୨୩।୨- ସ୍ଥାନୀୟ ସିଂଘଳୀ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା ୫ଟି ବଲ୍‌ ବାକି ରଖି ୧ ଉଇକେଟରେ ରୋମାଞ୍ଚକ ଢଙ୍ଗରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୮୯ ରନ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୪୯.୧ ଓଭରରେ ୯ ଉଇକେଟ ହରାଇ ୨୯୦ ରନ ସଂଗ୍ରହ କରି ବିଜୟୀ ହୋଇଛି। ଶ୍ରୀଲଙ୍କା ତରଫରୁ ଅଭିଷ୍କା ଫର୍ଣ୍ଣାଣ୍ଡୋ ୫୦, ଅଧିନାୟକ ଦିମୁଥ କରୁଣାରତ୍ନେ ୫୨, କୁଶଲ ପେରେରା ୪୨, ଥିସାରା ପେରେରା ୩୨, ଓ୍ବାନିଣ୍ଡୁ ହାସରଙ୍ଗା ଅପରାଜିତ ୪୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଅଜାରି ଜୋସେଫ ୩, ହେଡେନ ଓ୍ବାଲ୍ସ ଓ କିମୋ ପଲ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଓପନର ସାଇ ହୋପ୍‌ ସର୍ବାଧିକ ୧୧୫ ରନର ଶତକୀୟ ପାଳି ଖେଳିଥିଲେ। ସେହିପରି ଡାରେନ ବ୍ରାଭୋ ୩୯, ରୋଷ୍ଟନ ଚେଜ୍‌ ୪୧ରନ କରି ଆଉଟ ହୋଇଥିଲେ। ସେହିପରି କିମୋ ପଲ ୩୨ ଓ ହେଡେନ ଓ୍ବାଲ୍ସ ୨୦ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଶ୍ରୀଲଙ୍କା ପାଇଁ ଇସିରୁ ଉଡାନା ୩, ନୂଆନ ପ୍ରଦୀପ ଓ ଥିସାରା ପେରେରା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୨୮୯/୭
(ହୋପ-୧୧୫, ଚେଜ- ୪୧, ବ୍ରାଭୋ- ୩୯, ପଲ- ୩୨*, ଓ୍ବାଲ୍ସ- ୨୦*, ଉଡାନା- ୩/୮୨)।
ଶ୍ରୀଲଙ୍କା ୪୯.୧ ଓଭରରେ ୨୯୦/ ୯
(ଫର୍ଣ୍ଣାଣ୍ଡୋ- ୫୦, କରୁଣାରତ୍ନେ- ୫୨, କୁଶଲ- ୪୨, ହାସରଙ୍ଗା- ୪୨*, ଥିସାରା- ୩୨, ଜୋସେଫ୍‌- ୩/୪୨, ଓ୍ବାଲ୍ସ- ୨/୩୮)।

Share