Categories: ଖେଳ

ପ୍ରଥମ ଦୁଇ ଦିନିକିଆରୁ ଓ୍ବିଲିୟମସନ ବାଦ୍‌

ହାମିଲଟନ, ୪।୨ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପୂର୍ବରୁ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳକୁ ଝଟ୍‌କା ଲାଗିଛି। କହୁଣି ଆଘାତଜନିତ ସମସ୍ୟା ଲାଗି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଦିନିକିଆ ସିରିଜର ପ୍ରଥମ ୨ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ନିକଟରେ ସେଡେନ ପାର୍କରେ ଅନୁଷ୍ଠିତ ୩ୟ ଟି୨୦ ମ୍ୟାଚ୍‌ ଖେଳୁଥିବାବେଳେ ଓ୍ବିଲିୟମସନ ଆଘାତପ୍ରାପ୍ତ ହୋଇଥିଲେ। ଏହି କାରଣରୁ ସେ ଟି୨୦ ସିରିଜର ୪ର୍ଥ ଓ ୫ମ ମ୍ୟାଚ୍‌ ଖେଳିପାରି ନ ଥିଲେ। ତେବେ ଭାରତ ବିପକ୍ଷ ଦିନିକିଆ ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ସେ ଖେଳିବେ କି ନାହିଁ ସେନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ଆଗାମୀ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ବେଳକୁ କିଓ୍ବି ଅଧିନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବେ ବୋଲି ଆଶା କରାଯାଉଛି। ଓ୍ବିଲିୟମସନଙ୍କ ବଦଳ ଖେଳାଳି ଭାବେ ବାମହାତୀ ବ୍ୟାଟ୍ସମ୍ୟାନ ମାର୍କ ଚାମ୍ପମ୍ୟାନଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ସେହିଭଳି ଟମ୍‌ ଲଥାମ୍‌ଙ୍କୁ ଦଳର ନେତୃତ୍ୱ ଭାରତ ଦିଆଯାଇଛି। ୩ ମ୍ୟାଚ୍‌ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ହାମିଲଟନରେ ବୁଧବାର ଖେଳାଯିବ।

Share