Categories: ଖେଳ

ପ୍ରଥମ ଦେଖାରେ ମଡେଲଙ୍କୁ କିସ୍‌ କରିଥିଲେ ଲୋକପ୍ରିୟ ଭାରତୀୟ କ୍ରିକେଟର

ପ୍ରାୟତଃ ପ୍ରଥମ ଦେଖାରେ ଉଭୟ ଯୁବକ ଓ ଯୁବତୀ ଲାଜ କରନ୍ତି କଥା ହେବାକୁ। ଆଉ ଅନ୍ୟ ସବୁ ତ ଦୂର କଥା। କିନ୍ତୁ ଲୋକପ୍ରିୟ ଭାରତୀୟ କ୍ରିକେଟର ପ୍ରଥମ ଦେଖାରେ ମଡେଲଙ୍କୁ କିସ୍‌ କରିଥିଲେ। ଏହି ଘଟଣା ୭ ବର୍ଷ ପୂର୍ବେ ଘଟିଥିଲା। ହେଲେ ନିକଟରେ ଏହା ସାମ୍ନାକୁ ଆସିଛି। ବିଗ୍‌ ବସ୍‌ ୨୦୧୨ ସଂସ୍କରଣର ପ୍ରତିଯୋଗୀ ସୋଫିଆ ହୟାତ ଓ ଭାରତୀୟ କ୍ରିକେଟର ରୋହିତ ଶର୍ମା ଏକଦା ପରସ୍ପରକୁ ଡେଟ୍‌ କରୁଥିଲେ। କିନ୍ତୁ ଖୁବ୍‌ ଶୀଘ୍ର ଉଭୟଙ୍କ ବ୍ରେକଅଫ୍‌ ହୋଇଥିଲା। ଲଣ୍ଡନର ଏକ କ୍ଲବରେ ଉଭୟ ପ୍ରଥମ ଥର ପରସ୍ପରକୁ ଭେଟିଥିଲେ। ଆଉ ଭାରତୀୟ ବ୍ୟାଟ୍ସମ୍ୟାନ ତାଙ୍କୁ କିସ୍‌ କରିଥିଲେ। ଏ ନେଇ ଏକ ସାକ୍ଷାତ୍‌କାରରେ ହୟାତ କହିଥିଲେ, ମୁଁ ଲଣ୍ଡନର ଏକ କ୍ଲବରେ ରୋହିତଙ୍କୁ ଭେଟିଥିଲି। ଜଣେ ସାଙ୍ଗ ରୋହିତଙ୍କୁ ମୋ ସହ ଚିହ୍ନା କରାଇଥିଲେ। ପୂର୍ବରୁ ମୁଁ ତାଙ୍କୁ ଜାଣି ନ ଥିଲି। କାରଣ ମୁଁ କ୍ରିକେଟ ଦେଖେ ନାହିଁ। ଆମେ ପରସ୍ପର ସହ କଥା ହେବା ପରେ ଏକୁଟିଆ ସ୍ଥାନକୁ ଚାଲି ଯାଇଥିଲୁ। ସେଠାରେ ସେ ମୋତେ କିସ୍‌ କରିଥିଲେ। ଏହା ବହୁତ ଭଲ ଅନୁଭୂତି ଥିଲା। ପରେ ଆମେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲୁ। ସେ ଆହୁରି କହିଛନ୍ତି, କିସ୍‌ କରିବା ୪ ଦିନ ପରେ ରୋହିତ ଆମ ଘରେ ମୋ ସହ ରହିଥିଲେ। ମୁଁ ଯେବେ ଭାରତ ଆସେ ସେତେବେଳେ ରୋହିତଙ୍କ ସ୍ଥାନରେ କିମ୍ବା ହୋଟେଲରେ ଭେଟୁ।

Share