ପ୍ରଥମ ଧାଡ଼ି ପଢ଼ି ବହି ବିଷୟରେ ସମ୍ପୂର୍ଣ୍ଣ କହି ଦିଅନ୍ତି…

ଓ୍ବାଶିଂଟନ, ୧୫।୧: କୁହାଯାଏ ବଣ ମଲ୍ଲୀର ବାସରେ ଚଉଦିଗ ସୁବାସିତ ହୋଇଯାଇଥାଏ। ସେହିପରି ପ୍ରତିଭା ଦିନେ ନା ଦିନେ ଲୋକଲୋଚନକୁ ଆସିପାରିଥାଏ। ଆମେରିକାର ଜଣେ ୧୪ ବର୍ଷ ବୟସ୍କ ବାଳକ ମୋଣ୍ଟି ଲର୍ଡଙ୍କ ପାଖରେ ଏପରି  ପ୍ରତିଭା ରହିଛି। ପୁସ୍ତକର ପ୍ରଥମ ଲାଇନ୍‌ ପଢ଼ିି ମୋଣ୍ଟି ବହିର ଇତିହାସ କହି ଦିଅନ୍ତି। ବହିଟି କେଉଁ ବିଷୟରେ ଲେଖା ଯାଇଛି। ଏହାର ପୃଷ୍ଠା ସଂଖ୍ୟା ଓ ଲେଖକଙ୍କ ସମ୍ପର୍କରେ ମୋଣ୍ଟି ବିସ୍ତୃତ ଭାବେ ସୂଚନା ଦେଇ ପାରନ୍ତି। ଏବେ ମୋଣ୍ଟି ଗିନିଜ୍‌ ବୁକ୍‌ ରେକର୍ଡ କରିଛନ୍ତି। ସେ ଇତିମଧ୍ୟରେ ୧୨୯ଟି ଭିନ୍ନ ଭିନ୍ନ ବିଷୟର ପୁସ୍ତକ ଅଧ୍ୟୟନ କରି ସାରିଲେଣି। ଏହା ପୂର୍ବରୁ ଏହି ରେକର୍ଡ ୩୦ ବର୍ଷ ବୟସ୍କ ଜଣେ ଭାରତୀୟଙ୍କ ନାମରେ ଥିଲା। ସାଇକୋଲୋଜି ଉପରେ ଲିଖିତ ଏକ ପୁସ୍ତକ ପଢ଼ିବା ପରେ ମୋଣ୍ଟି ଏଭଳି ରେକର୍ଡ କରିବାକୁ ମନ ବଳାଇଥିଲେ। ପରେ ଭିଜୁଆଲାଇଜେଶନ୍‌ ପଦ୍ଧତିର ଉପଯୋଗ କରି ସେ ପ୍ରଥମ ଲାଇନ ପଢ଼ି କିପରି ବହି ସମ୍ପର୍କରେ ବିଶଦ ବିବରଣୀ ଦେଇପାରିବେ ତାହା ଅଭ୍ୟାସ କରିଥିଲେ। ଏହାଦ୍ୱାରା ସେ ପଢ଼ିଥିବା ୨ ଶହରୁ ଅଧିକ ବହି ବିଷୟରେ ଏବେ ସମ୍ପୂର୍ଣ୍ଣ କହିପାରୁଛନ୍ତିି।

Share