ପ୍ରଥମ ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ନୁଶରତ୍‌

ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜାହାଁ ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ସେ ସ୍ବାମୀଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କହିଛନ୍ତି, ତୁମେ ମୋ ବର୍ତ୍ତମାନ, ଭବିଷ୍ୟତ। ହୃଦୟରୁ ତୁମକୁ ଭଲ ପାଏ। ପ୍ରକୃତ ପ୍ରେମର କେବେ ପରିସମାପ୍ତି ହୁଏ ନାହିଁ ବୋଲି ସେ କହିଛନ୍ତି। ଜୁନ୍‌ ୧୯, ୨୦୧୯ରେ ନୁଶରତ୍‌ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ ମଥାରେ ସିନ୍ଦୁର ଏବଂ ଗଳାରେ ମଙ୍ଗଳ ସୁତ୍ର ପିନ୍ଧି ସେ ସଂସଦକୁ ଶପଥ ନେବାକୁ ଆସିଥିଲେ। ଏହାକୁ ନେଇ କିଛି ମୁସଲମାନ ସଂଗଠନ ଆପତ୍ତି ଉଠାଇଥିଲେ। ନୁଶରତ୍‌ ଇସଲାମ ଧର୍ମ ବାହାରେ ବିବାହ କରିବା, ସିନ୍ଦୁର ଏବଂ ମଙ୍ଗଳସୁତ୍ର ପିନ୍ଧିବାକୁ ନେଇ ସେମାନେ ଅଭିଯୋଗ କରିଥିଲେ। ଏହାର ଜବାବରେ ମୁଁ ସବୁ ଧର୍ମକୁ ସମ୍ମାନ କରେ ବୋଲି ନୁଶରତ୍‌ କହିଥିଲେ।

Share