ପ୍ରଥମ ବିବାହ ବାର୍ଷିକୀ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତିରେ ଅଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର ନିକ୍‌ ଜୋନସ୍‌ ଏବର୍ଷ ପାଳନ କରିବେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ। ଏଥିପାଇଁ ଏହି କପଲ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତେବେ ପ୍ରିୟଙ୍କାଙ୍କ ଅପେକ୍ଷା ନିକ୍‌ ଅଧିକ ଏକସାଇଟେଡ୍‌ ଥିବା ଜଣାପଡିଛି। ଯଦିଓ ସେ ତାଙ୍କ ପ୍ରସ୍ତୁତିକୁ ନେଇ ସେମିତି କିଛି କହି ନାହାଁନ୍ତି ତଥାପି ଡିସେମ୍ବର୨-୩ରେ ସେ ପ୍ରିୟଙ୍କାଙ୍କ ସହ ବେଶୀ ସମୟ କଟାଇବେ ବୋଲି ଭାବିଛନ୍ତି। ଏହି ଯୋଡି ଗତବର୍ଷ ଡିସେମ୍ବର ୨-୩ରେ ଯୋଧପୁରରେ ବିବାହ କରିଥିଲେ। ୨ରେ ଏମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିବା ବେଳେ ୩ରେ ଖ୍ରୀଷ୍ଟିଆନ୍‌ ରୀତିନୀତିରେ ବିବାହ କରିଥିଲେ। ଏହାପରେ ଏମାନଙ୍କ ଓ୍ବେଡିଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share