ପ୍ରଥମ ଭାରତୀୟ କୋହଲି

ନୂଆଦିଲ୍ଲୀ,୧।୭-ବିଶ୍ୱର କୌଣସି ବୋଲିଂ ଲାଇନ ଅଫ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ରନ୍‌ କରିବାରୁ ରୋକିପାରିବ ନାହିଁ। ବହୁ ରେକର୍ଡ ଅଧିକାରୀ କୋହଲି ରବିବାର ନିଜ କ୍ୟାରିୟରରେ ସଫଳତାର ଆଉ ଏକ ଫର୍ବ୍ଦ ଯୋଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷରେ ବର୍ମିଂହାମଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ସେ ୬୬ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହା ଥିଲା ଚଳିତ ବିଶ୍ୱକପ୍‌ରେ କୋହଲିଙ୍କ କ୍ୟାରିୟରର କ୍ରମାଗତ ୫ମ ଅର୍ଦ୍ଧଶତକ। ସେ ପ୍ରଥମ ଅଧିନାୟକ ଭାବେ ବିଶ୍ୱକପ୍‌ରେ କ୍ରମାଗତ ୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ସେ ପ୍ରଥମ ଭାରତୀୟ ଓ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ରେ କ୍ରମାଗତ ୫ ଅର୍ଦ୍ଧଶତକ ଲଗାଇଛନ୍ତି। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ ୨୦୧୫ ବିଶ୍ୱକପ୍‌ରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ପାଇଥିଲେ। ଏହି ମ୍ୟାଚ୍‌ ପୂର୍ବରୁ କୋହଲି ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଯଥାକ୍ରମେ ୮୨, ୭୭, ୬୭ ଓ ୭୨ ରନ୍‌ କରିଥିଲେ।

Share