ପ୍ରଥମ ଭାରତୀୟ ଭାବେ କୋହଲି କଲେ ଏମିତି କାରନାମା: ପ୍ରିୟଙ୍କାଙ୍କୁ ପଛରେ ପକାଇଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରି ଚାଲିଛନ୍ତି। କେବଳ ବିଜ୍ଞାପନ ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌ ସକ୍ରିୟ। ପ୍ରଥମ ଭାରତୀୟ ଭାବେ ଇନ୍‌ଷ୍ଟାଗ୍ରାମରେ କୋହଲିଙ୍କ ଅନୁଗାମୀଙ୍କ ସଂଖ୍ୟା ୫୦ ମିଲିୟନ ଛୁଇଁଛି। ଏହି ମାମଲାରେ ସେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକାଇଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟଙ୍କାଙ୍କ ଅନୁଗାମୀ ସଂଖ୍ୟା ୪୯.୮ ମିଲିୟନ। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ୪୪.୧ ମିଲିୟନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୪.୫ ମିଲିୟନ ଅନୁଗାମୀ ରହିଛନ୍ତି। ୨୦୦ ମିଲିୟନ ଅନୁଗାମୀଙ୍କ ସହ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଶୀର୍ଷରେ ରହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଟପ୍‌-୧୦ ଭାରତୀୟ ସେଲିବ୍ରିଟି ମାନଙ୍କ ମଧ୍ୟ ବିରାଟ ଏକମାତ୍ର କ୍ରିକେଟର। ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ପୋଷ୍ଟ କରିବା ପାଇଁ ବିରାଟ ପାଖାପାଖି ୧ କୋଟି ୩୫ ଲକ୍ଷ ଟଙ୍କା ନେଉଛନ୍ତି। ଏପର୍ଯ୍ୟନ୍ତ ବିରାଟ ଇନଷ୍ଟାଗ୍ରାମରେ ମୋଟ ୯୩୦ଟି ପୋଷ୍ଟ କରିଥିବାବେଳେ ୧୪୮ ଜଣଙ୍କୁ ଫଲୋ କରିଛନ୍ତି।

Share