Categories: ଖେଳ

ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଥିଲେ ଏହି ଖେଳାଳି

ଜଣେ ଜବରଦସ୍ତ ବ୍ୟାଟ୍ସମ୍ୟାନ୍‌, ବୋଲର୍‌, ଫିଲ୍ଡର ଏବଂ ଜଣେ ଉଚ୍ଚକୋଟୀର ଅଧିନାୟକ ଥିଲେ ଲାଲା ଅମରନାଥ। ସ୍ବାଧୀନ ଭାରତର ପ୍ରଥମ ଅଧିନାୟକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ୧୯୧୧ ସେପ୍ଟେମ୍ବର ୧୧ କପୁରଥଲ୍ଲାରେ ଜନ୍ମଗ୍ରହଣ କରିଥିବା ଲାଲା ଅମରନାଥ ୨୪ଟି ଟେଷ୍ଟ ଖେଳି ୨୪.୩୮ ହାରରେ ମୋଟ ୮୭୮ରନ୍‌ କରିଥିଲେ। ଏଥିସହ ୪୫ଟି ଉଇକେଟ୍‌ ମଧ୍ୟ ନେଇଥିଲେ। ସେହିପରି ୧୮୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ସେ ୧୦ ହଜାରରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିବା ସହ ୪୬୩ ଉଇକେଟ୍‌ ମଧ୍ୟ ନେଇଥିଲେ। ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ପ୍ରଥମ ଶତକ ହାସଲ କରିଥିଲେ ଲାଲା ସେ।  ରୋଚକ କଥା ହେଉଛି, ନିଜ ପଦାର୍ପଣ ମ୍ୟାଚ୍‌ରେ ସେ ଇଂଲଣ୍ଡ ବିପକ୍ଷରେ ୨୧ ଚୌକା ସହ ଶତକ ଅର୍ଜନ କରିଥିଲେ। ଏହି ମ୍ୟାଚରେ ଅମରନାଥ ୧୧୮ ରନ କରିଥିଲେ ମଧ୍ୟ ଭାରତ ମ୍ୟାଚ୍‌ ହାରିଯାଇଥିଲା।

Share