Categories: ଖେଳ

ପ୍ରଥମ ମହିଳା ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍‌ ଭାବେ ମନ୍ଧନା ରଚିଲେ ଇତିହାସ

ନର୍ଥ ସାଉଣ୍ଡ, ୭।୧୧: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ସିରିଜ ଜିତିଛି। ସ୍ମୃତି ମନ୍ଧନା ଏବଂ ଜେମିମି ରୋଡ୍ରିଗଜଙ୍କ ଅର୍ଦ୍ଧଶତକ ବଳରେ ଶେଷ ମ୍ୟାଚରେ ଭାରତ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚରେ ସ୍ମୃତି ମନ୍ଧନା ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍‌ ଭାବେ ଏକଦିବସୀୟ କ୍ରିକେଟରେ ଦ୍ରୁତତମ ୨ ହଜାର ରନ୍‌ ପୂରଣ କରିଛନ୍ତି। ୨୦୧୩ ଏପ୍ରିଲ ୧୦ରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ମନ୍ଧନା ମାତ୍ର ୫୧ଟି ପାଳି ଖେଳିି ଏହି ଉପଲବ୍ଧି ହାସଲ କରିଛନ୍ତି। ଏହାପୂର୍ବରୁ ବେଲିଣ୍ଡା କ୍ଲାର୍କ ୪୧ଟି ଏବଂ ମେଗ ଲେନିଙ୍ଗ ୪୫ଟି ପାଳି ଖେଳି ୨ ଜହାର ରନ୍‌ ପୂରଣ କରିଥିଲେ।

Share