Categories: ଖେଳ

ପ୍ରଥମ ରାଉଣ୍ଡରେ ଝୁଣ୍ଟିଲେ ମୁରେ

ଓ୍ବାଶିଂଟନ, ୨୦।୮ (ଏଏଫ୍‌ପି)- ବ୍ରିଟିଶ ଟେନିସ ତାରକା ଆଣ୍ଡି ମୁରେ ଏଟିପି ଓ୍ବିନଷ୍ଟୋନ-ସାଲେମ ଓପନ୍‌ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ଝୁଣ୍ଟିଛନ୍ତି। ୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ୩୨ ବର୍ଷୀୟ ମୁରେ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବଲାରେ ୬-୭ (୮/୧୦), ୫-୭ ସେଟ୍‌ରେ ଆମେରିକାର ତେନ୍ନିସ ସାଣ୍ଡଗ୍ରେନଙ୍କ ନିକଟରୁ ହାରି ଯାଇଥିଲେ। ଏହି ମ୍ୟାଚ୍‌ଟି ୨ ଘଣ୍ଟା ୧୦ ମିନିଟ୍‌ ଧରି ଚାଲିଥିଲା। ଜାନୁୟାରୀରେ ଅନୁଷ୍ଠିତ ଅଷ୍ଟ୍ରେଲିଆନ ଓପନ୍‌ ପରେ ମୁରେଙ୍କ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ଏହା ଥିଲା ତାଙ୍କ ୨ୟ ସିଙ୍ଗଲ୍ସ ମୁକାବିଲା। ଏଥିପୂର୍ବରୁ ଗତ ସପ୍ତାହରେ ଅନୁଷ୍ଠିତ ସିନ୍‌ସିନାଟି ମାଷ୍ଟର୍ସରେ ମଧ୍ୟ ମୁରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ରେ ମୁରେ ଖେଳିବେ ନାହିଁ ବୋଲି ଜଣାପଡ଼ିଛି।

Share