Categories: ଖେଳ

ପ୍ରଥମ ରାଉଣ୍ଡରେ ହାରିଲେ ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ସୁଶୀଲ

ନୁର-ସୁଲତାନ (କାଜାଖସ୍ତାନ),୨୦।୯: ଦୀର୍ଘ ୮ ବର୍ଷ ପରେ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଥିବା ଦୁଇ ଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ୭୪ କିଗ୍ରା ବର୍ଗରେ ସେ ପ୍ରଥମ ରାଉଣ୍ଡ ବାଉଟରେ ଆଜାରବଇଜାନର ଖାଦଜିମୁରାଦ ଗାଡଜିୟେଭଙ୍କଠାରୁ ହାରିଛନ୍ତି। ନିଜର ସମ୍ପୂର୍ଣ୍ଣ ଅଭିଜ୍ଞତା ବଳରେ ସୁଶୀଲ ଏକଦା ୯-୪ ପଏଣ୍ଟରେ ଆଗୁଆ ଥିଲେ। କିନ୍ତୁ କ୍ରମାଗତ ୭ ପଏଣ୍ଟ ହରାଇ ବାଉଟ୍‌ ହାତଛଡ଼ା କରିଥିଲେ। ବର୍ତ୍ତମାନ ସୁଶୀଲଙ୍କୁ ନିଜ ଭାଗ୍ୟ ଜାଣିବା ପାଇଁ ଗାଡଜିୟେମଙ୍କ ଅଭିଯାନ ଉପରେ ନଜର ରଖିବାକୁ ପଡ଼ିବ। ଗାଡଜିୟେମ ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହେଲେ ସୁଶୀଲଙ୍କୁ ବ୍ରୋଞ୍ଜ ପଦକ ସହ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ମିଳିବ। ଏକମାତ୍ର ଭାରତୀୟ ଭାବେ ୨୦୧୦ରେ ମସ୍କୋରେ ବିଶ୍ୱ ଟାଇଟଲ ଜିତିଥିଲେ।

Share