Categories: ଫୁରସତ

ପ୍ରଥମ ରୋବୋ ପୋଲ୍‌ ଡ୍ୟାନ୍ସର

ପ୍ୟାରିସ: ରୋବୋ ପଢାଉଛି। ରୋବୋ ରିଶେପ୍‌ସନିଷ୍ଟ ଭାବେ କାମ କରୁଛି , ମହାକାଶକୁ ବି ଏଇ ନିକଟରେ ଯାଇଛି। ଏବେ ନୂଆ କରି ଫ୍ରାନ୍ସର ଷ୍ଟ୍ରିପ୍‌ କ୍ଲବ୍‌ କେଫ୍‌ରେ ପୋଲ୍‌ ଡ୍ୟାନ୍ସ କରିବ ରୋବୋ। ଏହା ବିଶ୍ୱର ପ୍ରଥମ ରୋବୋ ପୋଲ୍‌ ଡ୍ୟାନ୍ସର। ଏହି ଡ୍ୟାନ୍ସରକୁ ଏବେ କ୍ଲବ୍‌କୁ ଅଣାଗଲାଣି।ରୋବୋ ହିଲ୍‌ ପିନ୍ଧଛି। ଏହାର ଶରୀରରେ କ୍ୟାମେରା ବି ଲଗାଯାଇଛି ଯାହା ମାଧ୍ୟମରେ ସେ ଲୋକମାନଙ୍କର ହାଭଭାବ ଜାଣିପାରିବ। କ୍ଲବ ପାଞ୍ଚ ବର୍ଷପୂର୍ତ୍ତି ପାଳନ ଅବସରରେ ଏହି ଡ୍ୟାନ୍ସ ପ୍ରଦର୍ଶନ କରିବା ଲାଗି ରୋବୋକୁ ଆଣାଯାଇଛିି। ଏହାକୁ ଇଂଲଣ୍ଡର ଆର୍କିଟେକ୍ଟ ଗିଲ ୍ସଓ୍ବାକର ତିଆରି କରିଛନ୍ତି। ସେ ରୋବୋର ଧାତବ ବଡି ଉପରେ ପ୍ଲାଷ୍ଟିକ କଭର ଦେଇଛନ୍ତି। ଏହାଦ୍ୱାରା ରୋବୋ ପୂରା ମଣିଷ ଭଳି ଦେଖାଯାଉଛି। ଏହା କେଫ୍‌ରେ ଅନ୍ୟ କୌଣସି ଡ୍ୟାନ୍ସରଙ୍କ ବଦଳରେ ଡ୍ୟାନ୍ସ କରିବନି, ବରଂ ସେମାନଙ୍କ ସହ ମିଶି ଡ୍ୟାନ୍ସ କରିବ। କ୍ଲବ୍‌ରେ ଡ୍ୟାନ୍ସ କରୁଥିବା ଡ୍ୟାନ୍ସର୍‌ଙ୍କ ଜାଗା ଏହି ରୋବୋ କେବେ ବି ନେଇପାରିବନି ଓ କେବଳ ନୂଆ ଟେକ୍‌ନୋଲୋଜିକୁ ସାମନାକୁ ଆଣିବା ହିଁ ଏହାର ଲକ୍ଷ୍ୟ ବୋଲି କହିଛନ୍ତି କ୍ଲବର ମାଲିକ। ଏହାକୁ ଏଭଳି ଡିଜାଇନ କରାଯାଇଛି ଯେ, ତାହା ଦର୍ଶକଙ୍କ ମନୋଭାବ ଜାଣି ପ୍ରତିକ୍ରିୟା ପ୍ରକାଶ କରିପାରିବ।

Share