Categories: ଖେଳ

ପ୍ରଥମ ସେମିଫାଇନାଲ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମହାମୁକାବିଲା ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। କୂଳଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କ ଦଳରେ ସ୍ଥାନରେ ଦିଆଯାଇଛି।

ଲିଗ ପର୍ଯ୍ୟାୟରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ ବର୍ଷା ଧୋଇ ଦେଇଥିଲା। ଭାରତର ନଜର ତୃତୀୟ ବିଶ୍ୱକପ ଟାଇଟଲ ଉପରେ ରହିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରଥମଥର ପାଇଁ ଏହି ଟ୍ରଫି ପାଇବା ଆଶା ରହିଛି। ଚଳିତ ବିଶ୍ୱକପରେ ଭାରତର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି। ଇଂଲଣ୍ଡ ବିପକ୍ଷ ପରାଜୟକୁ ଛାଡି ଦେଲେ ଭାରତ ବାକି ୮ଟି ମ୍ୟାଚରୁ ୭ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ସମ୍ଭବ ହୋଇ ନ ଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଥିଲେ ହେଁ, ଶେଷଭାଗରେ ଲଗାତାର ତିନୋଟି ମ୍ୟାଚରେ ପରାସ୍ତ ହେବା ସତ୍ତ୍ୱେ ନେଟ୍‌ ରନ୍‌ରଟ୍‌ ଯୋଗୁ ସେମିଫାଇନାଲକୁ କ୍ୱାଲିଫାଏ କରିଛି। ନ୍ୟୁଜିଲ୍ୟାଣ୍ଡ ୯ଟି ମ୍ୟାଚରୁ ୫ରେ ବିଜୟୀ ହୋଇଥିବା ସ୍ଥଳେ ୩ଟିରେ ହାରିଥିଲା।

Share