ପ୍ରଥମ ସ୍ତ୍ରୀ ଅମ୍ରିତାଙ୍କ ପ୍ରଶଂସାରେ ସୈଫ୍‌

ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ତାଙ୍କର ପ୍ରଥମ ସ୍ତ୍ରୀ ଅମ୍ରିତାଙ୍କ ପ୍ରଶଂସାରେ ଲାଗିପଡ଼ିଛନ୍ତି। ସେ ହିଁ ତାଙ୍କୁ କାମ କରିବାର ଶୈଳୀ ଶିଖାଇଛନ୍ତି। ନିଜ କାମକୁ କିପରି ଗମ୍ଭୀରତାର ସହ ନେବ ତାହା ହିଁ ଅମ୍ରିତା ବତାଇ ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ କଥା ହେବା ଅବସରରେ ସୈଫ୍‌ ଏପରି କହିଛନ୍ତି। ସେ କହିଥିଲେ, ମାତ୍ର ୨୦ ବର୍ଷ ବୟସରେ ଘରୁ ପଳାଇ ବିବାହ କରିଥିଲେ। ନିଜ ଲକ୍ଷ୍ୟ ଉପରେ ହସିଲେ ତାହା କେବେ ହେଲେ ମିଳିବ ନାହିଁ ବୋଲି ଅମ୍ରିତା ତାଙ୍କୁ ଶିଖାଇଥିବା ସୈଫ୍‌ କହିଥିଲେ। ୧୯୯୪ରେ ୟଶ୍‌ ଚୋପ୍ରାଙ୍କ ଫିଲ୍ମ ‘ପରମ୍ପରା’ରେ ସୈଫ୍‌ଙ୍କୁ ପ୍ରଥମ ସୁଯୋଗ ମିଳିଥିଲା। ଏଥିରେ ସୁନୀଲ ଦତ୍ତ, ବିନୋଦ ଖାନ୍ନା, ଅମୀର ଖାଁ, ରବିନା ଟଣ୍ଡନ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ।
ସୈଫ୍‌ ୧୯୯୧ରେ ନିଜଠାରୁ ୧୨ ବର୍ଷ ବଡ ଅମ୍ରିତାଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି ପିଲା ସାରା ଏବଂ ଇବ୍ରାହିମ୍‌ ଅଛନ୍ତି। ୨୦୦୪ରେ ସେମାନଙ୍କ ଡିଭର୍ସ ହୋଇଥିଲା। ଏହା ପରେ ୨୦୧୨ରେ ସୈଫ୍‌ ନିଜଠାରୁ ୧୦ ବର୍ଷ ସାନ କରୀନା କପୁରଙ୍କୁ ବିବାହ କଲେ। ତୈମୁର ନାମକ ସେମାନଙ୍କର ଗୋଟିଏ ପୁଅ ଅଛନ୍ତି।

Share