ପ୍ରଦତ୍ତ ଅନୁଦାନକୁ ଠିକ୍‌ ଭାବେ ଖର୍ଚ୍ଚ କରୁନାହିଁ ରେଳ ମନ୍ତ୍ରଣାଳୟ: ପ୍ରସନ୍ନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କେନ୍ଦ୍ର ସରକାର ବଜେଟରେ ରେଳପଥ ପାଇଁ ଅନୁଦାନ ଦେଉଛନ୍ତି। ସେହିକ୍ରମରେ ଓଡ଼ିଶା ମଧ୍ୟ ଅନୁଦାନ ପାଉଛି। ହେଲେ ରେଳପଥ ଦ୍ୱାରା ଅନୁମୋଦନ କରାଯାଉଥିବା ଅର୍ଥକୁ ମନ୍ତ୍ରଣାଳୟ ଠିକ୍‌ ଭାବେ ରାଜ୍ୟରେ ଖର୍ଚ୍ଚ କରୁନାହିଁ ବୋଲି ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଗତ ୧ରେ କେନ୍ଦ୍ର ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରାଯାଇଥିଲା। କିଛିବର୍ଷ ହେବ ଏଥିରେ ରେଳପଥ ବଜେଟ ମଧ୍ୟ ମିଶି କରି ରହୁଛି। ଏହି ପ୍ରସଙ୍ଗରେ ପ୍ରସନ୍ନ କହିଛନ୍ତି ଯେ, ରେଳପଥ ପାଇଁ ଜମି ଅଧିଗ୍ରହଣ ସୁଚାରୁ ରୂପେ ରାଜ୍ୟ ସରକାର କରୁଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅର୍ଥ ମଧ୍ୟ ପ୍ରଦାନ କରୁଛନ୍ତି। ହେଲେ ଜମି ଦେଲା ପରେ ମଧ୍ୟ ରାଜ୍ୟରେ ଧୀମା ଗତିରେ ରେଳପଥ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ତେଣୁ କେନ୍ଦ୍ର ସରକାର ଏହି ସବୁ ପ୍ରସଙ୍ଗକୁ ଗୁରୁତର ସହ ବିଚାର କରନ୍ତୁ। ରାଜ୍ୟରେ ଚାଲୁଥିବା ସମସ୍ତ ପ୍ରକଳ୍ପ ଯେପରି ଶେଷ ହୋଇ ପାରିବ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ପ୍ରସନ୍ନ ଦାବି କରିଛନ୍ତି। ଓଡ଼ିଶାରେ ରେଳପଥ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମିତ ବ୍ୟବଧାନରେ ସୁବ୍ୟବସ୍ଥିତ ପ୍ରସ୍ତାବ ଦେବା ସହ ଅଧିକ ଅନୁଦାନ ପାଇଁ ଦାବି କରିଛନ୍ତି। ହେଲେ ପ୍ରସ୍ତାବ ଅନୁଯାୟୀ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଥିବା ପ୍ରସନ୍ନ କହିଛନ୍ତି।

Share