ପ୍ରଦର୍ଶନକାରୀଙ୍କୁ ସମର୍ଥନ କଲେ ଟ୍ରମ୍ପ୍‌ଙ୍କ ଝିଅ ଟିଫ୍‌ନି

ଓ୍ବାଶିଂଟନ, ୪।୬: ଆମେରିକାରେ ପୋଲିସ ନିର୍ଯାତନାରେ କୃଷ୍ଣକାୟ ଜର୍ଜ ଫ୍ଲୋୟଡ୍‌ଙ୍କର ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ବଢ଼ିବାରେ ଲାଗିଛି। ମିନିଆପଲିସ ସହରରେ ହୋଇଥିବା ପୋଲିସ ବର୍ବରତା ବିରୋଧରେ ପ୍ରଦର୍ଶନ ଦେଶର ବହୁ ସହରରେ ଜାରି ରହିଛି। ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଘରେ ଫାଟ ସୃଷ୍ଟିି ହୋଇଛି। ଟ୍ରମ୍ପ୍‌ଙ୍କ ଝିଅ ଟିଫ୍‌ନି ଟ୍ରମ୍ପ୍‌ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି। ଏନେଇ ଇନଷ୍ଟାଗ୍ରାମ୍‌ରେ ଏକ ବ୍ଲାକ୍‌ ସ୍କ୍ରିନ୍‌ ପୋଷ୍ଟ କରିଛନ୍ତି। ଏହା ସହିତ ସେ ବ୍ଲକ୍‌ଆଉଟ୍‌ ଟ୍ୟୁଜ୍‌ଡେ,ଜଷ୍ଟିସ୍‌ ଫର୍‌ ଜର୍ଜ ଫ୍ଲୋୟଡ୍‌ ଟ୍ୟାଗ୍‌ରେ ଲେଖଛନ୍ତି ଯେ, ଆମେ ଏକୁଟିଆ କମ୍‌ ହାସଲ କରିବା, କିନ୍ତୁ ଏକାଠି ହେଲେ ବହୁ କିଛି ହାସଲ କରିପାରିବା। ଟ୍ରମ୍ପ୍‌ ଦ୍ୱିତୀୟ ସ୍ତ୍ରୀ ଟିଫ୍‌ନିଙ୍କ ମା ମାର୍ଲା ମେପଲ୍ସ୍‌ ମଧ୍ୟ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରି ବ୍ଲାକ୍‌ ସ୍କ୍ରିନ୍‌ ପୋଷ୍ଟ କରିଛନ୍ତି।

Share