ପ୍ରଦୀପ୍ତ ବିରୋଧୀ ଦଳ ନେତା

ଭୁବନେଶ୍ୱର,୨୫।୬(ବ୍ୟୁରୋ)- ପୂର୍ବତନ ମନ୍ତ୍ରୀ ତଥା ଭବାନୀପାଟଣା ଭାଜପା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଏନେଇ ଓଡ଼ିଶା ଭାଜପା ପ୍ରଭାରୀ ଅରୁଣ ସିଂ ସୋମବାର ରାତିରେ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ ଗତ ୨୩ ତାରିଖରେ ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ନିର୍ବାଚିତ ବିଧାୟକ ଓ ଦଳର ପର୍ଯ୍ୟବେକ୍ଷକ ତଥା ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସରୋଜ ପାଣ୍ଡେ ଉପସ୍ଥିତ ଥିଲେ। ତେବେ ବିରୋଧୀ ଦଳ ନେତା ଚୟନ ନେଇ କୌଣସି ନିଷ୍ପତ୍ତି ହୋଇ ପାରି ନ ଥିଲା। ଏହି ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଉପରେ ଛଡ଼ାଯାଇଥିଲା। ପ୍ରଦୀପ୍ତଙ୍କ ନାମକୁ ଶାହ ମୋହର ମାରିଛନ୍ତି।

Share