Advertisement
Categories: ଖେଳ

ପ୍ରଦୀପ ବିଶ୍ୱକପ୍‌ରୁ ଆଉଟ୍‌

ଲଣ୍ଡନ, ୩୦ା୬ (ପି.ଟି.)-ହାଡ଼ଫୁଟିରେ ପୀଡ଼ିତ ଯୋଗୁ ଶ୍ରୀଲଙ୍କା ପେସ୍‌ ବୋଲର ନୁଓ୍ବାନ ପ୍ରଦୀପ ଶନିବାର ଚଳିତ ଆଇସିସି ବିଶ୍ୱକପ୍‌ରୁ ଆଉଟ୍‌ ହୋଯାଇଛନ୍ତି। ତାଙ୍କ ସ୍ଥାନରେ ଦଳରେ ସାସୁନ ରଜିଥା ସ୍ଥାନ ପାଇବେ। ଜୁନ୍‌ ୪ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପ୍ରଦୀପ ମ୍ୟାଚ ବିଜୟୀ ୪ ଉଇକେଟ ସଫଳତା ହାସଲ କରିଥିଲେ। ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଖେଳି ସାରିଥିବା ୭ଟି ମ୍ୟାଚ ମଧ୍ୟରୁ ପ୍ରଦୀପ ୩ଟି ମ୍ୟାଚରେ ଖେଳିଥିଲେ। ଜୁନ୍‌ ୨୧ରେ ଇଂଲଣ୍ଡ ବିପକ୍ଷରେ ସେ ତାଙ୍କ ଅନ୍ତିମ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚରେ ଶ୍ରୀଲଙ୍କା ଘରୋଇ ଦଳ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଥିଲା। ପ୍ରଦୀପ ଅସୁସ୍ଥ ଥିବାରୁ ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ ପାଇଁ ତାଙ୍କ ସ୍ଥାନରେ ରଜିଥାଙ୍କୁ ଦଳରେ ନେବାକୁ ଅନୁମତି ପାଇଁ ଶ୍ରୀଲଙ୍କା କରିଥିବା ଅନୁରୋଧକୁ ଆଇସିସି ପୁରୁଷ ବିଶ୍ୱକପ୍‌ ୨୦୧୯ ଇଭେଣ୍ଟ ଟେକ୍‌ନିକାଲ କମିଟି ଅନୁମୋଦନ କରିଛି। ରାଜିଥା ୬ ଟେଷ୍ଟ, ୬ ଅନ୍ତର୍ଜାତୀୟ ଦିନିକିଆ ଏବଂ ୫ ଟି୨୦ ଖେଳି ସମସ୍ତ ଫର୍ମାଟରେ ମୋଟ ୩୫ ଉଇକେଟ ଅକ୍ତିଆର କରିଛନ୍ତି।