ବାରାଣସୀ,୬।୧୧: ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ସାଧାରଣ ଲୋକେ ମୁହଁରେ ମାସ୍କ୍ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ଥିବା ଶିବପାର୍ବତୀ ମନ୍ଦିରରେ ସମସ୍ତ ମୂର୍ତ୍ତିଙ୍କ ମୁହଁରେ ମାସ୍କ୍ ବନ୍ଧା ଯାଇଛି। ଏନେଇ ପୂଜାରୀ ହରିଶ୍ ମିଶ୍ରା କହିଛନ୍ତି କାଶୀ ହେଉଛି ଆସ୍ଥା, ଶ୍ରଦ୍ଧା ତଥା ବିଶ୍ୱାସର ନଗରୀ। ଏଠାରେ ଶ୍ରଦ୍ଧାଳୁ ଭଗବାନଙ୍କୁ ମଣିଷ ପରି ବିବେଚନା କରିଥାନ୍ତି। ତେଣୁ ପ୍ରତି ମୂର୍ତ୍ତି ମୁହଁରେ ମାସ୍କ୍ ଲଗାଯାଇଛି। ମନ୍ଦିରରେ ମହାଦେବ, ମାତା କାଳୀ, ମାତା ଦୁର୍ଗା, ସାଇବାବାଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ପୂଜା ପରେ ମାସ୍କ୍ ପିନ୍ଧାଇ ଦିଆଯାଉଛି ବୋଲି ସେ କହିଛନ୍ତି।