Categories: ଜାତୀୟ

ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦୋଷ ଦେବା ଅନୁଚିତ: ସ୍ବାମୀନାଥନ

ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀ, ହରିୟାଣା ଆଦି ସ୍ଥାନର ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରାଯାଉଛି। କାରଣ ଏମାନେ ବହୁ ପରିମାଣରେ ନଡା ପୋଡୁଥିବାରୁ ଏଭଳି ସମସ୍ୟା ଉପୁଜିଥିବା ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଥିଲେ। ହେଲେ ମଙ୍ଗଳବାର ବିଶିଷ୍ଟ କୃଷି ବିଜ୍ଞାନୀ ଏମ୍‌. ଏସ୍‌. ସ୍ବାମୀନାଥନ କହିଛନ୍ତି ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରିବା ଅନୁଚିତ। ଏଥିପାଇଁ ସରକାର ବିକଳ୍ପ ଚିନ୍ତା କରନ୍ତୁ ବୋଲି ସେ ମତ ରଖିଛନ୍ତି। ତାଙ୍କ କହିବା କଥା ହେଲା ସରକାର ଏକ ଧାନ ଜୈବିକ ପାର୍କ ନିର୍ମାଣ କରିବା ଦରକାର। ଯେଉଁଠି ଚାଷୀମାନେ ଜୈବିକ ପଦ୍ଧତିରେ ଏହି ନଡା ଗୁଡିକୁ ନଷ୍ଟ କରିପାରିବେ। ଦକ୍ଷିଣ ଭାରତରେ ନଡାକୁ ଗୋଖାଦ୍ୟ ଭାବେ ବ୍ୟବହାର କରାଯାଉଥିବା ବେଳେ ଏହା ଦିଲ୍ଲୀ ବା ହରିୟାଣାରେ କରାଯାଏ ନାହିଁ। ତେଣୁ ଏହାର ବିକଳ୍ପ ସରକାର ଚିନ୍ତା ନ କରି ଚାଷୀଙ୍କୁ ଦୋଷ ଦେବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

Share