Categories: ଜାତୀୟ

ପ୍ରଦୂଷଣ ଯୋଗୁ ସମସ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୧।୧୧: ବାୟୁ ପ୍ରଦୂଷଣ ଯୋଗୁ ରାଜଧାନୀ ଦିଲ୍ଲୀର ଅବସ୍ଥା ବିଗିଡି ଯାଉଛି। ରବିବାର ଦିଲ୍ଲୀ ସରକାର ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ତେବେ ଅନ୍‌ଲାଇନ୍‌ କ୍ଲାସ ଜାରି ରହିବ ବୋଲି ଜଣାପଡିଛି। ପ୍ରଦୂଷଣ ସମ୍ପର୍କରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଧ୍ୟ ଉଚ୍ଚ ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି।
ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ଦିଲ୍ଲୀ ସରକାର ସ୍କୁଲ ଏବଂ କଲେଜ ବନ୍ଦ ସମେତ ଦଶଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦିଲ୍ଲୀ ସରକାର ମଧ୍ୟ ନଭେମ୍ବର ୨୧ ପର୍ଯ୍ୟନ୍ତ ସହରରେ ନିର୍ମାଣ କାର୍ଯ୍ୟକୁ ବାରଣ କରିଥିଲେ। ସରକାର ମଧ୍ୟ ନିଜ କର୍ମଚାରୀଙ୍କୁ ରବିବାର ପର୍ଯ୍ୟନ୍ତ ଘରୁ କାମ କରିବାକୁ କହିଥିଲେ।

Share