Categories: ଖେଳ

ପ୍ରଦୂଷିତ ବାୟୁ ଯୋଗୁ ମ୍ୟାଚ୍‌ ରଦ୍ଦ

କାନବେରା,୨୧।୧୨- ମାନୁକା ଓଭାଲରେ ସିଡ୍‌ନୀ ଥଣ୍ଡର ଓ ଆଡିଲେଡ ଷ୍ଟ୍ରାଇକର୍ସ ମଧ୍ୟରେ ଶନିବାର ଖେଳାଯାଇଥିବା ବିଗ ବାଶ ଲିଗ୍‌ ମ୍ୟାଚ୍‌ ରଦ୍ଦ ହୋଇଯାଇଛି। ୧୬୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଥଣ୍ଡର ୪.୨ ଓଭରରେ ଏକ ଉଇକେଟ ହରାଇ ୪୦ ରନ୍‌ କରିଥିଲା। ମାତ୍ର ପ୍ରଦୂଷିତ ବାୟୁ ଯୋଗୁ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ଷ୍ଟାଡିୟମ ନିକଟରେ ଏକ ବୁଦାରେ ନିଆଁ ଲାଗି ଯିବାରୁ ଅତ୍ୟଧିକ ଧୂଆଁ ବାହାରି ଥିଲା। ଏଥିଯୋଗୁ ଗ୍ରାଉଣ୍ଡରେ ଖେଳାଳିମାନେ ଠିକ୍‌ ସେ ଦେଖିପାରି ନ ଥିଲେ। ବାଧ୍ୟ ହୋଇ ଖେଳାଳି ଓ ଅଫିସିଆଲଙ୍କୁ ଗ୍ରାଉଣ୍ଡ ଛାଡ଼ିବାକୁ ପଡ଼ିଥିଲା। ଖେଳାଳି, ଫ୍ୟାନଙ୍କ ସୁରକ୍ଷା ଓ ଗ୍ରାଉଣ୍ଡ ସ୍ଥିତି ପରଖିବା ପରେ ମ୍ୟାଚ୍‌କୁ ବାତିଲ କରାଯାଇଥିଲା। ଡିଏଲଏସ ନିୟମ ଦ୍ୱାରା ଫଳାଫଳ ନିର୍ଣ୍ଣୟ ପାଇଁ ଥଣ୍ଡର ଦଳକୁ ଆଉ ୪ ବଲ ଅଧିକ ଖେଳିବାର ଥିଲା। ଉସମାନ ଖ୍ବାଜା ଶୂନ୍ୟରେ ଆଉଟ୍‌ ହେବା ପରେ ଆଲେକ୍ସ ହେଲ୍ସ ଓ କଲମ ଫର୍ଗୁସନ ପ୍ରତ୍ୟେକ ଓଭର ପିଛା ୯ରୁ ଅଧିକ ରନ୍‌ କରିଥିଲେ।

Share