Categories: ଜାତୀୟ

ପ୍ରଦୁଷଣ ପାଇଁ ଦିଲ୍ଲୀରେ ଜରୁରୀ ଘୋଷଣା: ଛଟ୍‌ରେ ଫୁଟାଯିବନି ବାଣ

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ-ଏନ୍‌ସିଆରରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଶୁକବ୍ରାର ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ କାରଣକୁ ନଜରରେ ରଖି ଏକ ଜରୁରୀ ଘୋଷଣା କରିଛନ୍ତି। ଏଥିସହ ନଭେମ୍ବର ୫ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେବଳ ସେତିକି ନୁହେଁ ଛଟ୍‌ ପୂଜାରେ ବାଣ ଫୁଟାଇବା ଉପରେ ମଧ୍ୟ କୋର୍ଟ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ଦିଲ୍ଲୀ-ଏନ୍‌ସିଆରରେ ପବନର ଗୁଣବତ୍ତା ଖରାପ ହେବା ସହ ଗମ୍ଭୀର ସ୍ତରକୁ ପଳାଇଛି। ଏନେଇ ପରିବେଶ ପ୍ରଦୁଷଣ ପ୍ରାଧିକରଣର ଅଧ୍ୟକ୍ଷ ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ଚିଠି ଲେଖଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ବାୟୁ ପ୍ରଦୁଷଣ ସମସ୍ତଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ବେଳେ ବିଶେଷ ଭାବରେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉଛି। ଏଥିସହ ସେ ଶୀତ ଋତୁରେ ବାଣ ନ ଫୁଟାଇବା ପାଇଁ କଟକଣା ଜାରି କରିଛନ୍ତି।

Share