ପ୍ରଧାନମନ୍ତ୍ରୀକୁଁ ଦୁଇ ବହେନ୍‌କଁର ଚିଠି ଘଟ୍‌ନା: ପାଏନ୍‌ ନମୁନା ଠୁଲାଲା ଜଳଯୋଗାଣ ବିଭାଗ

ଅମରପାଲି, ୧୩।୩ (ଡି.ଏନ୍‌.ଏ.)- ନିଜର ଅଂଚଲରେ ବହପୁଥିବାର କିଡ୍‌ନୀ ରୋଗ୍‌ର ପରତିକାର ଆର ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାକେ ମାର୍ଚ୍ଚ ୩ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଚିଠି ଲେଖିଥିଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ଅମରପାଲି ଗଁ।ର ପ୍ରାଣବନ୍ଧୁ ସାହୁକଁର ଦୁଇ ଝି’ ଇପ୍ସିତା ଅନନ୍ୟା(୧୧) ଆର ଆରାଧ୍ୟା ଅନୁଭା(୭)। ଇ ଖବର ଜାନଲା ଉତାରୁ ବୁଧୁବାର ବେଲବୁଡ଼େ ଦୁଇ ବହେନ୍‌କର ଘରେ ପୁହୁଁଚିଥିଲା ଆରଡବ୍ଲୁଏସ୍‌ଏସ୍‌ ବିଭାଗର ଗୁଟେ ଦଲ୍‌। ଇ ବାବ୍‌ଦେ ଦୁଇ ବହେନ୍‌, ତାକର ବାପା ଆର ଥାନୀଅ ସମିତି ସଭିଅ, ଗଁାବାସୀକର ସଂଗେ ଆଲୋଚନା କରିଥିଲା ବିଭାଗ। ଇତାର ବାହାରେ ଅମରପାଲି ଗଁାର ନଲ୍‌ଚୁଅଁାମାନକରୁ ପାଏନ୍‌ ନମୁନା ଠୁଲେଇ ପରୀକ୍ଷା ଲାଗି ପଠେଇଥିଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ।
ସୂଚନା ଅନ୍‌ସାରେ ବୀରମହାରାଜପୁର ବ୍ଳକ ଅମରପାଲି ଗଁାର ପ୍ରାଣବନ୍ଧୁ ସାହୁକଁର ଦୁଇ ଝି’ ଇପ୍ସିତା ଅନନ୍ୟା(୧୧) ଆର ଆରାଧ୍ୟା ଅନୁଭା(୭) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଗୁଟେ ଚିଠି ଲେଖିଥିଲେ। ଚିଠିରେ ସେମାନେ ବୀରମହାରାଜପୁର ବ୍ଲକର ବହଳପଦର ଆର ଦୁର୍ଜନତୈଳା ପଁଚେତ୍‌ର ଅମରପାଲି, ଦାଦରପାଲି ଲେଖେଁ ଆସରପାସର ଗଁାମାନକେ କିଡ୍‌ନୀ ରୋଗ ବହପୁଛେ ବଲି ଲେଖିଛନ୍‌। ଚିକିଛିତ ହେଉଥିବାର ରୁଗୀମାନକୁ ଡାକ୍‌ତର ପିଇଲା ପାଏନ୍‌ ଲାଗି ଇ ରୋଗ୍‌ ବହପୁଥିବାର କହୁଛନ୍‌। ଇଥିରଲାଗି ଅଂଚଲରେ ଅନେକ ଲୋକ୍‌ ରୋଗ୍‌ରେ ପଡ଼ି ମରିଥିଲାବେଲେ ଶତାଧିକ୍‌ ଲୋକ୍‌ ଆକ୍‌ରଁାତ ହେଇ ଚିକିଛିତ ହେଉଛନ୍‌। ଦୁଇ ବହେନ୍‌ ଇ ଘଟନା ଖବର କାଗଜରୁ ଜାନବାର ସଂଗେ ନିଜର ଅଁାଖିରେ ରୁଗୀକଁର ଗୁଲ୍‌ଗୁଲା ଦେଖି ପରତିକାର ବେବସ୍‌ତା ଲାଗି ସେମାନେ ପ୍ରଧାନମନ୍ତ୍ରୀକୁଁ ଚିଠି ଲେଖିଥିଲେ। ଇ ଖବର ପାଏଲା ଉତାରୁ ଆରଡବ୍ଲୁଏସ୍‌ଏସ୍‌ ବିଭାଗର ନିର୍ବାହୀ ଯନ୍ତ୍ରୀ ବିପିନବିହାରୀ ଦାଶକଁର ମଂଗୁଆଲତିରେ ଗୁଟେ ଦଲ ଆସି ଅମରପାଲି ଗଁାରୁ ପାଏନ୍‌ ନମୁନା ପରୀକ୍ଷା ଲାଗି ଠୁଲେଇଛନ୍‌। ଇ ଦଲରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସମିର ସୋରେଙ୍ଗ, ଲାବୋରେଟୋରୀ ଆସିଷ୍ଟାଣ୍ଡ ମୁନିତା ଠାକୁର, ବିଶ୍ୱାମିତ୍ର ପୂଜାହାରୀ ପରମୁଖ ଗଁାକେ ଆସିଥିଲେ। ପାଏନ୍‌ ଲାଗି ଇ ରୋଗ୍‌ ହେଉଛେ କି କିଛି ଅଲଗ କାରନ୍‌ ଅଛେ ପାଏନ୍‌ ପରୀକ୍ଷାରୁ ଜନାପଡ଼ବା ବଲି ନିର୍ବାହୀ ଯନ୍ତ୍ରୀ ଦାଶ କହିଛନ୍‌। ଇତାର ବାହାରେ ସେମାନେ ଗଁାବାସୀକର ସଂଗେ ପିଇଲା ପାଏନ୍‌ ସମସିଆ ଉପରେ ଆଲୋଚନା କରିଥିଲେ। ସମିତି ସଭିଅ ପୀତାମ୍ବର ସାହୁ, ଗଁା ସୁଆସ୍‌ତିଅ ସମୀକ୍ଷକ ଚନ୍ଦ୍ରଶେଖର ପତି, ଅଶୋକ ସାହୁ, ସୁରେନ୍ଦ୍ର ଷାଣ୍ଢ, ବିମ୍ବାଧର ସାହୁ, ତନ୍ମୟ ପତି, ସନ୍ତୋଷ ପଧାନ, ଜ୍ଞାନରଞ୍ଜନ ସାହୁ ପରମୁଖ ବିଭାଗୀୟ ଅଧ୍‌କାରୀକଁର ସଂଗେ ଆଲୋଚନା କରିଥିଲେ। ଇତାର ସଂଗେ ଗଁାରେ ଅଚଲ ହେଇ ପଡ଼ିଥିବାର ନଲ୍‌ଚୁଅଁା ମରାମତି ନାଇଁ ହେଉଥିବାର, ଠିକ୍‌ ହିସାବେ ପିଇଲା ପାଏନ୍‌ ପ୍ରକଳ୍ପ ନାଇଁ ଚାଲୁଥିବାର, ପାଇପ ଲାଇନ ଫାଟିଥିଲେ ବି ମରାମତି ନାଇଁ ହେଉଥିବାର ଘଟନା ସବୁକେ ନେଇ ଲୋକ ଅଭିଯୋଗ କରିଥିଲେ। ନିର୍ବାହୀ ଯନ୍ତ୍ରୀ ଦାଶ ଯେତେ ଜଲଦି ହେବା ନଲ୍‌ଚୁଅଁା ସବୁ ମରାମତି ସଂଗେ ପାଇପ୍‌ ଲାଇନ୍‌ ମରାମତି କରବାକେ ଗଁାବାସୀକୁ କଥା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ତାଲା: ରାଜରାସ୍ତାରେ ପାଠପଢିଲେ ଛାତ୍ରୀଛାତ୍ର

ଲୋଇସିଂହା,୧୮।୯(ସୁଶାନ୍ତ ବାରିକ): ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ କୁମୁଣ୍ଡେ ଗ୍ରାମର ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ସାଙ୍ଗକୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି।...

ଶିକ୍ଷାର ବିକାଶ ହେବା ଜରୁରୀ

ଅମରପାଲି, ୧୮।୯(ପୀତାମ୍ବର ସାହୁ):ସାମ୍ପ୍ରତିକ ବିଶ୍ବର ଶିକ୍ଷା ବ୍ୟବସ୍ଥା ସହ ତାଳଦେଇ ଚାଲିବାକୁ ହେଲେ ଦେଶର ଶିକ୍ଷାର ସ୍ତରକୁ ବିଶ୍ବସ୍ତରୀୟ କରିବାକୁ ହେବ। ଏଥିପାଇଁ ଏକ ଭଲ...

ପୂରା ଉଆଁସ ଶାଢ଼ିରେ ଓଡ଼ିଆ ପରମ୍ପରାର ଝଲକ: ଚର୍ଚ୍ଚାରେ ଟିକାୟତ ମେହେର

ଅମରପାଲି,୩ା୯(ପୀତାମ୍ବର ସାହୁ):ଶାଢ଼ିରେ ବାନ୍ଧକଳା କାମ କରି ଓଡ଼ିଆ ପରମ୍ପରାର ଝଲକ ଦେଖାଇଛନ୍ତି ବାନ୍ଧଶିଳ୍ପୀ। ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବ ପୂରା ଉଆଁସକୁ ଶାଢ଼ିରେ ସ୍ଥାନିତକରି ଏବେ...

ଦୁଇ ଦିନ ହେଲା ଥିଲେ ନିଖୋଜ: ନାଳରୁ ମିଳିଲା…

ଅମରପାଲି,୩।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଧୀନ ଯାଲୋଏ ପଞ୍ଚାୟତ ଜାମଗାଁ ନିକଟସ୍ଥ ନାଳରୁ ଜଣେ କଲେଜ ଛାତ୍ରଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି।...

ଧାନଫସଲ ଦଳିଚକଟି ନଷ୍ଟକଲେ ୯ଟିକିଆ ହାତୀପଲ

ଅମରପାଲି,୨ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ଗରିଆମୁଣ୍ଡା ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଦୁଇଦିନ...

ଶିକାର କରିବା ପୂର୍ବରୁ ଧରାପଡ଼ିଲେ ଦୁଇ ଶିକାରୀ

ସୋନପୁର/ଉଲୁଣ୍ଡା, ୩୦।୮ (ମୃତ୍ୟୁଞ୍ଜୟ ଶତପଥୀ/ଉରୁକ୍ରମ ପାଣ୍ଡିଆ): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ବନ କ୍ଷେତ୍ରାଞ୍ଚଳର ସିଂହାସନ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ରାତିରେ ବନବିଭାଗର ଟିମ୍‌ ଚଢାଉ...

ବାରଝୁଲାରେ ବ୍ୟାପିଲା ଝାଡାବାନ୍ତି: ୨ ଦିନରେ ୧୨ ଆକ୍ରାନ୍ତ ଚିହ୍ନଟ

ଅମରପାଲି,୨୯।୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରଝୁଲା ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗ୍ରାମର ପ୍ରାୟ ୧୨ଜଣ ବ୍ୟକ୍ତି ଝାଡ଼ା...

ପୁରୁଷୋତ୍ତମପାଲିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣେ ମୃତ, ୧୪ ଆକ୍ରାନ୍ତ

ଅମରପାଲି,୧୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ପୁରୁଷୋତ୍ତମପାଲିରେ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ଜଣକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆକ୍ରାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri