Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ତେଜସ୍ୱୀ ଯାଦବଙ୍କ ଖୋଲା ଚିଠି

ପାଟନା,୧୩ ।୮: ବିହାର ବିଧାନସଭାରେ ବିରୋଧିଦଳ ନେତା ତେଜସ୍ୱୀ ଯାଦବ ଜାତିଗତ ଜନଗଣନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଖୋଲା ପତ୍ର ଲେଖିଛନ୍ତି । ଏଥିରେ ସେ ଏହାର ପୁର୍ନବିଚାର କରିବାକୁ ଉଲ୍ଲେଖ କରିଛନ୍ତି । ତେଜସ୍ୱୀ ଅଭିଯୋଗ କରିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦି ଜାତିଗତ ଜନଗଣନାକୁ ନେଇ ବୈଠକ ନ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଅପମାନ କରିଛନ୍ତି । ଯେଉଁଠି ପ୍ରଧାନମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ୍ କରୁଛନ୍ତି, ହେଲେ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ନେଇ ମୋଦିଙ୍କୁ ଚିଠି ଲେଖିସାରିଛନ୍ତି । ଆଉ ଏନେଇ ଏକ ବୈଠକ କରିବାକୁ ଅନୁରୋଧ କରି ସାରିଛନ୍ତି । ଏଥର ମୋଦିଙ୍କୁ ତେଜସ୍ୱୀ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଉଲ୍ଲେଖ ରହିଛି, ଯେ ପର୍ଯ୍ୟନ୍ତ ଜାତିଗତ ଜନଗଣନା ହୋଇନାହିଁ ସେପର୍ଯ୍ୟନ୍ତ ପଛୁଆ ଓ ଅତି ପଛୁଆ ବର୍ଗର ଶିକ୍ଷାଗତ, ସାମାଜିକ, ରାଜନୈତିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ ନାହିଁ ।

Share